ଧନଞ୍ଜୟପୁର ଠାରେ ସାମାଜିକ ନାଟକ ଉଦ୍ଘାଟିତ ।

0 5

କୋଦଳା ,୨୬/୦୬(ପିପିଟି):ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ବାବା ଜମ୍ବେଶ୍ଵର ନାଟ୍ଯ କଳା ସଂସଦ ତରଫରୁ ସାମାଜିକ ନାଟକ କାନ୍ଦେନା ଲୁହ ସରିଯିବ ଉଦ୍ଘାଟିତ ହୋଇଯାଇଛି। ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ଦିଗାପଡା ପଞ୍ଚାୟତ ଧନଞ୍ଜୟପୁର ଠାରେ ଅନୁଷ୍ଠିତ ନାଟକକୁ ଉଦ୍ଘାଟନ କରିଥିଲେ ସମାଜସେବୀ ଗୁଣ୍ଡିଚା ପରିଡା। ପୂର୍ବତନ ଦିଗାପଡା ସମିତିସଭ୍ୟ ବିଭୂତି ଭୂଷଣ ପାଣ୍ଡି, ବେଗୁନିଆପଡ଼ା ବ୍ଳକ ସାଂସଦ ପ୍ରତିନିଧି ଆଲୋକ ଶତପଥୀ, କୋଦଳା ଏନଏସି ସାଂସଦ ପ୍ରତିନିଧି ସଞ୍ଜୀବ କୁମାର ସାହୁ, ପୂର୍ବତନ ବେଗୁନିଆପଡ଼ା ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଅଗାଁର ଗାଁ ବିଜେପି ମଣ୍ଡଳ ସଭାପତି ନାରାୟଣ ସୁମନ୍ତରା, କେଦାର ନାୟକ, ଭାସ୍କର ସ୍ବାଇଁ, ମନ୍ଦିର ମୁଖ୍ୟ ପରିଚାଳକ ନିବାସ ନାହାକ, ଆଇନଜୀବୀ ଆଦିତ୍ୟ ନାରାୟଣ ମିଶ୍ର, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଲେଇକଂ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ନାଟକକୁ ଉଦ୍ଘାଟନ କରିବା ସହ ନାଟକର ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଗଞ୍ଜାମ ହେଉଛି କଳା ସଂସ୍କୃତିର ମାଟି। ଗ୍ରାମଞ୍ଚଳରେ ଏଭଳି ନାଟକ ହେଲେ କଳାର ବିକାଶ ହୋଇ ପାରିବ ବୋଲି କହିଥିଲେ ଅତିଥି। କାର୍ଯ୍ୟକ୍ରମକୁ ଆସିକା ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକ ଯୋଗ ଦେବାକୁ ସ୍ଥିର ହୋଇଥିବା ବେଳେ ଅସୁସ୍ଥତା କାରଣରୁ ନାଟକ ଉଦ୍ଘାଟନ ବେଳେ ଯୋଗ ଦେଇ ନଥିଲେ। କିନ୍ତୁ ନାଟକ ପରିବେଷଣର କିଛି ସମୟ ପୂର୍ବରୁ ସାଂସଦ ପହଞ୍ଚି ନାଟକର ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.