ଚିକିଟି,୦୮/୧୧(ପିପିଟି): ସତ୍ୟ, ସକାରାତ୍ମକତା ଓ ଜନସ୍ୱାର୍ଥମୂଳକ ସମ୍ବାଦକୁ ଗୁରୁତ୍ୱ ଦେଇ ଆଜି ଚିକିଟି ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଓଡ଼ିଆ ସମ୍ବାଦ ଚ୍ୟାନେଲ୍ ‘ସୁବାର୍ତ୍ତା’ର ଶୁଭାରମ୍ଭ ହୋଇଯାଇଛି।
ଚିକିଟି ପ୍ରେସ୍ କ୍ଲବ୍ (CPC)ର ସଭାପତି ଓ ସମ୍ପାଦକଙ୍କ କରକମଳରେ ଏହି ଚ୍ୟାନେଲ୍ର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ଚିକିଟି ପ୍ରେସ୍ କ୍ଲବ୍ର ସମସ୍ତ ସଦସ୍ୟଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହି ନୂତନ ଚ୍ୟାନେଲ୍ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ଅତିଥିମାନେ ‘ସୁବାର୍ତ୍ତା’ର ଏହି ନୂତନ ପ୍ରୟାସକୁ ସ୍ୱାଗତ କରିବା ସହ ସମାଜର ଉନ୍ନତି, ଜନସାଧାରଣଙ୍କ ସମସ୍ୟା, ଅଞ୍ଚଳର ବିକାଶ, ସଫଳତାର କାହାଣୀ ଏବଂ ପ୍ରେରଣାଦାୟକ ଘଟଣାଗୁଡ଼ିକୁ ଲୋକଲୋଚନକୁ ଆଣିବା ଦିଗରେ ଚ୍ୟାନେଲ୍ଟି ଏକ ଉତ୍ତମ ମାଧ୍ୟମ ହେବ ବୋଲି ଆଶା ପ୍ରକାଶ କରିଥିଲେ।
‘ସୁବାର୍ତ୍ତା’ କେବଳ ଏକ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ସମାଜରେ ସକାରାତ୍ମକ ଚିନ୍ତାଧାରା, ମାନବିକତା, ସଚେତନତା ଓ ପ୍ରେରଣାର ବାର୍ତ୍ତା ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ।
“ପ୍ରେରଣା ଓ ଉତ୍ସାହର ସକାରାତ୍ମକ ଖବର” ଏହି ମୂଳମନ୍ତ୍ରକୁ ଆଧାର କରି ସତ୍ୟ ଓ ନିରପେକ୍ଷତା ସହ ଲୋକଙ୍କ ସ୍ୱରକୁ ଲୋକଙ୍କ ପାଖରେ ପହଞ୍ଚାଇବାର ସଂକଳ୍ପ ନେଇ ଆଗକୁ ବଢ଼ିବ ‘ସୁବାର୍ତ୍ତା’।
ଏହି ଶୁଭ ମୁହୂର୍ତ୍ତରେ ଚ୍ୟାନେଲ୍ର ପକ୍ଷରୁ ଚିକିଟି ପ୍ରେସ୍ କ୍ଲବ୍ର ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ଓ ଉପସ୍ଥିତ ଅତିଥିମାନଙ୍କୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଛି।
ସୁବାର୍ତ୍ତା – ଭଲ ଖବରରେ ଭଲ ସମାଜ ଗଢ଼ିବାର ଏକ ଛୋଟ ପ୍ରୟାସ।
ରିପୋର୍ଟ -(ନିଗମାନନ୍ଦ ପଣ୍ଡା )