ଝାଡେଶ୍ବର ପୀଠରେ ବେଗୁନିଆପଡ଼ା ବ୍ଲକ ସାମ୍ବାଦିକ ସଂଘ ଗଠିତ ।

0 17

ବେଗୁନିଆପଡା,୨୬/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଝାଡେଶ୍ବର ପୀଠରେ ଅନୁଷ୍ଠିତ ହୋଇଯାଇଛି ।ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ବୈଠକରେ ୧୪ ଜଣ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମାସ୍ଯା ଓ ତାହାର ସମାଧାନକୁ ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ବେଗୁନିଆପଡ଼ା ବ୍ଳକର ସାମ୍ବାଦିକ ମାନଙ୍କୁ ନେଇ ଏକ ସଂଘ ଗଠନ କରାଯାଇଛି। ବାବା ଶ୍ରୀ ଦଣ୍ଡିଶ୍ୱର ସାମ୍ବାଦିକ ସଂଘ ନାମରେ ସଂଘ ଗଠନ କରାଯାଇଛି। ଲଟେରୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା କର୍ମକର୍ତ୍ତା ଚୟନ। ଏଥିରେ ସୂର୍ଯ୍ୟ ନାରାୟଣ ବଡୁ ସଭାପତି ହୋଇଥିବା ବେଳେ କୃଷ୍ଣ ଚନ୍ଦ୍ର ପଲେଇ ସଂପାଦକ, ଭଞ୍ଜ କିଶୋର ମହାରଣା ଉପ ସଭାପତି, ସିମାଞ୍ଚଳ ଦୋରା ଯୁଗ୍ମ ସଂପାଦକ ହୋଇଛନ୍ତି। ସେହିପରି ସୁଶାନ୍ତ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ ହୋଇଥିବା ସୂଚନା ମିଳିଛି। ସମସ୍ତ ସାମ୍ବାଦିକ ଏକତା ରକ୍ଷା କରି ସଂଘର କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ସମାଜର କଲ୍ଯାଣ ଦିଗରେ କାର୍ଯ୍ୟ କରିବା ନେଇ ନିଷ୍ପତ୍ତି ହୋଇଛି। ପ୍ରତି ବର୍ଷ ସଂଘର କର୍ମକର୍ତ୍ତା ଚୟନ ଲଟେରୀ ମାଧ୍ୟମରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥି ସହିତ ପ୍ରତି ମାସକୁ ଥରେ ଗୋଟିଏ ବୈଠକ ସଂଘର ଅନୁଷ୍ଠିତ ହେବ। ଏଥିରେ ଅନ୍ଯ ମାନଙ୍କ ମଧ୍ୟରେ ବିଜୟ କୁମାର ନାୟକ, ବାପୁନୀ କୁମାର ମାଲୁ, ଦେବାଶିଷ ମହାରଣା, ଗୁଲସନ୍ କର, ଭଗବାନ ପାଢୀ, ସନ୍ତୋଷ ସାହୁ, ଟୁକୁନା ପ୍ରଧାନ, ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସଭାପତି ମନୋନୀତ ପରେ ସମସ୍ତ କର୍ମକର୍ତ୍ତା ଏବଂ ସଙ୍ଘ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇବା ସହିତ ସାଧୁବାଦ ଜଣାଇଛନ୍ତି ସୂର୍ଯ୍ୟ ନାରାୟଣ ବଡୁ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.