ଜିଲ୍ଲାସ୍ତରୀୟ ‘ସୁରଭି ‘ ଓ ପିଏମ୍ ଶ୍ରୀ ଆଦର୍ଶ ସଂସଦ ଅନୁଷ୍ଠିତ ।

0 0

ମାଲକାନଗିରି,୦୮/୧୧(ପିପିଟି): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର ଦ୍ୱାରା ପ୍ରଯୋଜିତ ଏବଂ ସମଗ୍ର ଶିକ୍ଷା, ମାଲକାନଗିରି ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ‘ସୁରଭି ‘ ଓ ପିଏମ୍ ଶ୍ରୀ ଆଦର୍ଶ ସଂସଦ ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବର୍ଣ୍ଣାଢ୍ୟ ପରିବେଶ ସହ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମୀ। ଜିଲ୍ଲା ଶିକ୍ଷା ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀ ସମଗ୍ର ଶିକ୍ଷା ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ବ କରିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଏବଂ ଭାଗୀରଥି ବେହେରା। ଏହା କାର୍ଯ୍ୟକ୍ରମରେ ଗାୟତ୍ରୀ ଦେବୀ , ମମତା ସାଏ, ଅସିତ୍ ମିସ୍ତ୍ରୀ, ଦିଲୀପ ଗଣ୍ଡ , ରମେଶ ବାରୋଇ , ସ୍ୱପ୍ନେଶ୍ୱର ନାୟକ, ଆଦି ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ସୁରଭିର ଉଦ୍ଘାଟନୀ ଉତ୍ସବରେ ପ୍ରତ୍ୟେକ ବ୍ଲକରୁ ଆସିଥିବା ପ୍ରତିଭାଗୀ ବକ୍ତୃତା, ନୃତ୍ୟ, ପୋଷଣ, ଚିତ୍ର, ଲିଖନ ଆଦି ୧୧ ଗୋଟି ବିଭାଗରେ ନିଜ ନିଜର କଳା ଓ କୃତିତ୍ୱ ପରିବେଷଣ କରିଥିବା ବେଳେ ପିଏମ୍ ଶ୍ରୀ ଆଦର୍ଶ ଛାତ୍ର ସଂସଦରେ ୧୫ ଗୋଟି ପିଏମ୍ ଶ୍ରୀ ବିଦ୍ୟାଳୟରୁ ଚୟନି କରାଯାଇଥିବା ୬୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗର ଶାସକ ଓ ବିରୋଧୀ ଦଳର ମନ୍ତ୍ରୀ ହୋଇ ସ୍ୱପ୍ନର ମାଲକାନଗିରି ସନ୍ଦର୍ଭରେ ବକ୍ତବ୍ୟ ରଖିଥିଲେ। ଉଦଯାପନୀ ଉତ୍ସବରେ ନିର୍ଦ୍ଧାରିତ ନିୟମ ଓ ବିଚାରକ ମଣ୍ଡଳୀଙ୍କ ନିର୍ଣ୍ଣୟକୁ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ କୃତି ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରାଯାଇ ମଞ୍ଚରେ ସେମାନଙ୍କୁ ପ୍ରମାଣପତ୍ର ଓ ଫଳକ ଦେଇ ସମ୍ମାନିତ କରାଯାଇଥିଲା। ଷଷ୍ଠରୁ ସପ୍ତମ କନିଷ୍ଠ ବର୍ଗ ୧୦, ଅଷ୍ଟମରୁ ଦଶମ ବରିଷ୍ଠ ବର୍ଗ ୧୦, ଏକାଦଶରୁ ଦ୍ୱାଦଶ ବର୍ଗ ୯, ସାଂସ୍କୃତିକ କାର୍ଯ୍ୟକ୍ରମ ୭, କସ୍ତୁରବା ବାଳିକା ବିଦ୍ୟାଳୟରୁ ୧୪ ଓ ଆବାସିକ ବିଦ୍ୟାଳୟରୁ ୫ ଜଣ ମାଲକାନଗିରିକୁ ରାଜ୍ୟସ୍ତରରେ ପ୍ରତିନିଧିତ୍ୱ କରିବେ । ସେହିପରି ଆଦର୍ଶ ସଂସଦ ପାଇଁ ୨ ଜଣ ଯଥା ସୁନିତା ବଡନାୟକ, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିମେଳା ଓ ଜଗଦୀଶ ପାଙ୍ଗି, ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପାଲ୍ଲୀରୁ ରାଜ୍ୟସ୍ତରକୁ ଯୋଗ ଦେବେ। ଏହି ଦୁଇ ଉତ୍ସବକୁ ସଫଳ ଆୟୋଜନ କରିଥିଲେ ଶେଷ ଶଙ୍କର ମହାଳିକ । ଏହା ବ୍ୟତୀତ ବିଜୟ ଲକ୍ଷ୍ମୀ ଚୌଧୁରୀ , ଶକୁନ୍ତଳା ମାଝୀ ଓ ସୀତାରାମ ଗୌଡ, ପ୍ରମୋଦ କୁମାର ସେନାପତି, ଦେବରାଜ ସେଠୀ, ସଂଗ୍ରାମ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି ଆଦି ଶିକ୍ଷା ବିଭାଗର କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.