୪୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ ।

0 0

ବେଗୁନିଆପଡା ,୨୬/୦୬(ପିପିଟି):ଗଞ୍ଜାମ ବେଗୁନିଆପଡ଼ା ପୋଲିସ ପକ୍ଷରୁ ଚଢାଉ କରାଯାଇ ଓଡନଇ ଖରଖରୀ ବ୍ରିଜ ନିକଟରୁ ୪୪ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଗୁନିଆପଡ଼ା ଥାନା ପୋଲିସ।ବେଗୁନିଆପଡ଼ା ପୋଲିସ ସଂଧ୍ୟାରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ଅଚାନକ ଚଢାଉ କରିଥିଲା। ଏକ ଅଟୋ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗଞ୍ଜେଇ ସହ ୨ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ।କେଶ ନଂ 336/26 ଏଣ୍ଡିପିଏସ ଧାରା ୨୦(b)(ii)(c) ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଗଞ୍ଜେଇ ଓ ମାଦକ ଦ୍ରବ୍ଯ କାରବାର ଉପରେ କଡା ନଜର ରଖାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.