କୋଦଳା ,୧୮/୧୧(ପିପିଟି): ଆସନ୍ନ ବାତ୍ୟା ଅକଭାନ ମୁକାବିଲା ପାଇଁ ବେଗୁନିଆପଡା ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଂସଦାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ, ବେଗୁନିଆପଡା ବିଡ଼ିଓ ସୁନୀଲ କୁମାର ସାମନ୍ତ, କୋଦଳା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ, ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ ଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।ବାତ୍ୟାରେ ଗର୍ଭବତୀ ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଶିଶୁମାନଙ୍କୁ ପ୍ରଥମେ ସୁରକ୍ଷିତ ସ୍ଥାନ ବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପ୍ରାଥମିକତା ଦିଆଯିବା, କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ, ପାହାଡ଼ିଆ ଅଞ୍ଚଳ ଉପରେ ବିଶେଷ ଦୃଷ୍ଟି ଦିଆଯାଇ ଲୋକମାନଙ୍କର ସମୟୋଚିତ ସ୍ଥାନାନ୍ତରଣ ଓ ସୁରକ୍ଷା ବ୍ୟବସ୍ଥା କରାଯିବା ଉପରେ ଆଲୋଚନା କରାଯାଇଥିଲା।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ