ବେଗୁନିଆପଡା,୧୮/୧୧(ପିପିଟି):ଆଉ କେବେ ମିଳିବ ମୋ ରାସନ ଚାଉଳ, ଏମିତି ଏକ କୋହଭରା କଣ୍ଠରେ କହିଛନ୍ତି ଜଣେ ଭିନ୍ନକ୍ଷମ ଯୁବକ,ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କାର୍ଡ ଅଛି କିନ୍ତୁ ମିଳୁନି ଚାଉଳ। ଆଗରୁ ଚାଉଳ ମିଳୁଥିଲା କିନ୍ତୁ ବର୍ତ୍ତମାନ କିଛି ମାସ ହେଲାଣି ମିଳୁନି ଚାଉଳ । ଏପରି ଘଟଣା ଦେଖିବାକୁ ମିଳିଛି ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଗ୍ରାମରେ । ସୂଚନା ଅନୁଯାଇ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ ଗ୍ରାମର ବିଜୟ ବେହେରା ବୟସ ପାଖାପାଖି ୫୬ ବର୍ଷ , ଶତକଡ଼ା ୬୫% ଭାଗ ସେ ଦିବ୍ୟାଙ୍ଗ । ତାଙ୍କର ମା ଙ୍କ ଦେହାନ୍ତ ପରେ ଘରେ ଏକା ରହୁଛନ୍ତି ବିଜୟ । ଆଗରୁ ମାସକୁ ୫କିଲୋ ଚାଉଳ ମିଳୁଥିଲା । ବର୍ତ୍ତମାନ କିଛି ମାସ ହେଲାଣି ଚାଉଳ ମିଳୁନାହିଁ । ଫଳରେ ସେ ଚାଉଳ ଉଦ୍ଧାର ଆଣି ରୋଷେଇ କରୁଛନ୍ତି । ଏନେଇ ଯୋଗାଣ ସହାୟକ ଜିତେନ୍ଦ୍ର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ତାଙ୍କର ଫିଙ୍ଗର ପ୍ରିଣ୍ଟ ଆସୁନାହିଁ । ତେଣୁ ଚାଉଳ ମିଳୁନାହିଁ । ସୂଚନା ଅନୁଯାଇ ବିଜୟଙ୍କ ଆଙ୍ଗୁଳି ଗୁଡ଼ିକ ନଷ୍ଟ ହୋଇ ଯାଇଛି । ଦେଖାଯାଉ ପ୍ରଶାସନର କେବେ ନଜର ପଡ଼ିବ ବିଜୟଙ୍କ ଉପରେ ଏବଂ କେବେ ତାଙ୍କୁ ଚାଉଳ ମିଳିବ ଦେଖିବାକୁ ତାହା ବାକି ରହିଲା ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ