ଏକ କୋଟିରୁ ଉର୍ଦ୍ଧ୍ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ଜଣେ ଗିରଫ ।

0 0

ପୋଲସରା ୧୦/୦୯(ପିପିଟି):ପୋଲସରା ପୋଲିସ ଆଜି ଏକ କୋଟିରୁ ଉର୍ଦ୍ଧ୍ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଥିବା ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି । ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଦେଇଥିବା ସୁଚନା ଅନୁଯାୟୀ ଆଜି ସକାଳେ ପୋଲସରା ପୋଲିସ ପକ୍ଷରୁ ମଥୁରା ନିକଟସ୍ଥ ମାର୍ଦ୍ଦା ମନ୍ଦିର ନିକଟରେ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ମଥୁରା ପଟୁ ବୁଢ଼ାମ୍ବ ଅଭିମୁଖେ ଯାଉଥିବା ଗୋଟିଏ ଧଳା ପିକଅପ୍ ଗାଡ଼ି ନମ୍ବର ଓଡି୦୨ବିଏନ୍-୦୦୮୭ ଉପରେ ସନ୍ଦେହ ହେବାରୁ ତାକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗାଡି ମଧ୍ୟରୁ ୧୧ ଟି ପଲିଥିନ ବ୍ୟାଗ ରେ ଗଞ୍ଜେଇ ଥିବା ଜଣା ପଡିଥିଲା । ଉକ୍ତ ଗଞ୍ଜେଇର ଓଜନ ୫ . ୮୨ କ୍ଵିଣ୍ଟାଲ ଏବଂ ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ ଟଙ୍କା ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଗାଡିକୁ ଅଟକାଇବା ସମୟରେ ଗାଡି ଚାଳକ ସମେତ ଗାଡ଼ିରେ ବସିଥିବା ଅନ୍ୟ ଜଣେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ସମୟରେ ପୋଲିସ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ପୋଲିସ ହାତରେ ଧରା ପଡ଼ିଥିବା ବ୍ୟକ୍ତି ଙ୍କ ନାମ ଚିତ୍ର ଷଣ୍ଢ ଏବଂ ତାଙ୍କ ଘର କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଟେଟେକାପଦର/ପାଟପୁର ବୋଲି କହିଛି । ତେବେ ଗାଡ଼ି ଚାଳକ ଫେରାର ହୋଇଯାଇଛି । ତାକୁ ଶୀଘ୍ର ଗିରଫ୍ କରାଯିବ ବୋଲି ମଧ୍ୟ ଆରକ୍ଷୀ ଅଧିକାରୀ କହିଛନ୍ତି । ପୋଲିସ ଚିତ୍ର ଷଣ୍ଢ କୁ କୋର୍ଟ ଚାଲାଣ କରିବା ସହିତ ଗଞ୍ଜେଇ , ପିକଅପ୍ ଗାଡ଼ି ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ପୋଲିସ ୫୩୬/୨୦୨୬ ନମ୍ବର ମୋକଦ୍ଦମା ରୁଜ୍ଜୁ କରି ଅଧିକ ତଦନ୍ତ କରୁଛି । ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଏହି ସୂଚନା ଦେବା ସମୟରେ ଥାନା ଅଧିକାରୀ କୌଶିକ ମାଝୀ , ଏସ‌୍ଆଇ ସଂଗ୍ରାମ କେଶରୀ ସେଠୀ ଙ୍କ ସମେତ ଅନ୍ୟ ଆରକ୍ଷୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.