ମାଲକାନଗିରି,୧୭/୧୧(ପିପିଟି):ଆଜି ସକାଳେ କାଲିମେଲା ବିଭାଗର କର୍ମଚାରୀମାନେ ଯବାନ ପାଲ୍ଲୀ – କୋଇମେଟଲା ରୋଡ୍ ନିକଟରେ ନିୟମିତ ପାଟ୍ରୋଲିଂ କରୁଥିବାବେଳେ ଦୁଇ ଜଣ ବ୍ୟକ୍ତି ଦେବବ୍ରତ ଗାଇନ, ବାପା ମହାଦେବ ଗାଇନ, ଏବଂ ନବ ଗୋପାଳ ମଣ୍ଡଳ, ବାପା ରାମପଦ ମଣ୍ଡଳ ଉଭୟେ ଏମପିଭି-୬୪ ଗ୍ରାମ ବାସିନ୍ଦା। ସେମାନେ ବେଆଇନ ଭାବେ କଇଁଛ ଚୋରା ଚାଲାଣ ଓ ବିକୟ ଉଦ୍ଦେଶ୍ୟରେ ନେଉଥିବା ବେଳେ ବନ କର୍ମଚାରୀମାନେ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ସମୁଦାୟ ୫୦ଟି ମଧୁର ଜଳ କଇଁଛ ମିଳିଥିଲା। ଉକ୍ତ କଇଁଛ ଗୁଡ଼ିକୁ ଜବତ କରିବା ସହିତ କଇଁଛ ପରିବହନ ପାଇଁ ବ୍ୟବହୃତ ୨ଟି ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଥିଲା। ତଦ ଅନୁଯାୟୀ ଉପରୋକ୍ତ କଇଁଛ ଏବଂ ଦୁଇଟି ମୋଟରସାଇକେଲକୁ ଜବତ କରାଯାଇ କାଲିମେଳା ବନାଞ୍ଚଳ ବିଭାଗୀୟ ହେପାଜତକୁ ଅଣା ଯାଇଥିଲା। ବନବିଭାଗ ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧ ମାମଲା ଋଜୁ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)