ଜାତୀୟ ପ୍ରେସ୍ ଦିବସ: ସାମ୍ବାଦିକଙ୍କ ନିଷ୍ଠା ଓ ସାହସକୁ ସଲାମ ଜଣାଇଲେ ଆଇଜି ଡଃ ସତ୍ୟଜିତ ନାୟକ ।

0 1

କଟକ,୧୬/୧୧(ପିପିଟି): ଜାତୀୟ ପ୍ରେସ୍ ଦିବସ ଅବସରରେ ଓଡ଼ିଶା ପୁଲିସ, ସେଣ୍ଟ୍ରାଲ ରେଞ୍ଜ, କଟକର ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍, ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସତ୍ୟକୁ ସାମ୍ନାକୁ ଆଣିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଦିଗରେ ସାମ୍ବାଦିକମାନଙ୍କ ନିଷ୍ଠା, ସାହସ ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏକ ସ୍ୱାଧୀନ, ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମ ସମାଜକୁ ସଚେତନ କରିବା ସହ ଶାସନ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆଗାମୀ ଦିନରେ ମଧ୍ୟ ଦାୟିତ୍ୱବାନ ସାମ୍ବାଦିକତା ସମାଜକୁ ସଠିକ୍ ସୂଚନା ଦେବା ସହ ଲୋକଙ୍କୁ ପ୍ରେରଣା ଓ ସଶକ୍ତ କରି ଗଣତନ୍ତ୍ରକୁ ଆହୁରି ମଜବୁତ କରୁ ବୋଲି ଡଃ ନାୟକ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.