ଅନୁଗୋଳ,୨୨/୦୫ : ଜିଲାସ୍ତରରେ ଦଶମ ପରୀକ୍ଷାରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଦ୍ୱୟ ଙ୍କ ମଧ୍ୟରେ ପ୍ରଥମ-ଆଦ୍ୟାଶା ଆଚାର୍ଯ୍ୟ ,୫୭୮(୯୬.୩୩),ପି ଏମ ଶ୍ରୀ ବାଗେଡିଆ ଉଚ୍ଚ ବିଦ୍ୟାଳୟ ଓ ଦ୍ବିତୀୟ -ସେଲୋନି ସାହୁ,୫୬୫(୯୪.୧୬),ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୋଳଙ୍କୁ ଜିଲାପାଳ ମୁହମ୍ମଦ ଅବଦାଲ ଅଖତାର ତାଙ୍କ କାର୍ଯ୍ୟାଳୟ ପରିକୋଷ୍ଠରେ ଶୁକ୍ରବାର ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ , ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକ, ପି ଏମ ଶ୍ରୀ ବଗେଡିଆ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜନ କୁମାର ସାହୁ ଓ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।