ନାଇଜେରିଆର ଲାଗୋସଠାରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍-୨୦୨୬ ରେ ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ ଛତ୍ରପୁର ଭି. ରମେଶ |
ଛତ୍ରପୁର ୧୩/୦୮(ପିପିଟି):ଭରାତ ପାଇଁ ସ୍ବର୍ଣ୍ଣ ଜିତିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ର ଭିନ୍ନକ୍ଷମ ଖେଳାଳି ଭି ରମେଶ ରାଓ । ଯାହାକି ଅଂଚଳ ପାଇଁ ଗର୍ବର ବିଷୟ । ନାଇଜେରିଆର ଲାଗୋସଠାରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍-୨୦୨୬ । ଏହା ଚଳିତ ମାସ ୯ ରୁ ୧୩ ତାରିଖ ପ୍ରଯ୍ୟନ୍ତ ଅନୁଷ୍ଠିତ ହେଉଛି । ଭାରତ ପକ୍ଷରୁ ୧୩ ଜଣ ଅଂଶ ଗ୍ରହଣ କରୁଥିବା ବେଳେ ଭି ରମେଶ ମଧ୍ୟ୍ୟ ସେଥିରେ ସାମିଲ ଅଛନ୍ତି । ଗତକାଲି
ରମେଶ ଫଏଲ ପାରା ଫେନ୍ସିଂରେ ଏହି ସଫଲତା ପାଇଛନ୍ତି । ସେ ପୂର୍ବ ରୁ ଭଲ ଖେଳି ଏହିପରି ସଫଳତା ପାଇଁଛନ୍ତି | ଆଜି ମଧ୍ୟ୍ୟ ତାଙ୍କର ଅନ୍ତିମ ମ୍ୟାଚ ରହିଛି । ଏହି ସଫଳତା ପାଇଁ ପରିବାର ଲୋକ ବହୁତ ଖୁସି । ପୁଅ ଆହୁରି ଉତ୍ତର କାମନା କରିଛନ୍ତି ।ରମେଶ ହେଉଛନ୍ତି ଜଣେ ପ୍ରସିଦ୍ଧ ପାରା-ଫେନ୍ସର ଖେଳାଳି।ଗଞ୍ଜାମ ଜିଲ୍ଲା ଛତ୍ରପୁରର ବାସିନ୍ଦା। ସେ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଦେଶ ଓ ରାଜ୍ୟ ପାଇଁ ଅନେକ ପଦକ ଜିତିଛନ୍ତି।ଜାତୀୟ ପାରା ଫେନ୍ସିଂ ଚାମ୍ପିୟନସିପ୍ ଏବଂ ଏସିଆନ୍ ପାରା ଗେମ୍ସ ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।