ଆକାଶ ଜେନା ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଗିରଫ।

0 3

ପୋଲସରା ୨୮/୦୪(ପିପିଟି ):ପୋଲସରା ଥାନା ଅନ୍ତର୍ଗତ ବାଲିଘାଇ ଗ୍ରାମରେ ବରଯାତ୍ରୀ ପଟୁଆରରେ ଡିଜେ ଗୀତକୁ କେନ୍ଦ୍ରକରି ପାଟିତୁଣ୍ଡରୁ ବରର ସାନ ଭାଇ ଆକାଶ ଜେନାକୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସୋମବାର ଦିନ ପୋଲସରା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ରାଣୀପଡା ଗ୍ରାମର ମିଥୁନ ଜେନା(୨୨) ଓ ବାଲିଘାଇ ଗ୍ରାମର ଜଣେ ୧୭ ବର୍ଷର ନାବାଳକ ହୋଇଥିବା ବେଳେ ତାକୁ ବ୍ରହ୍ମପୁର ବାଲସୁଧାର ଗୃହକୁ ପଠାଯାଇଥିବା ଥାନାଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.