ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ ଅନୁଷ୍ଠିତ ।

0 207

ଯାଜପୁର, ୨୮/୦୪(ପିପିଟି): ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ  ଖରିଫ ବର୍ଷ (୨୫-୨୬) ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ୨୦୨୪-୨୫ ଖରିଫ ବର୍ଷ (ରବି)ରେ ଧାନ ସଂଗ୍ରହ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ୨୦୨୪-୨୫ ଖରିଫ ବର୍ଷରେ ଧାନ ସଂଗ୍ରହରେ ୮୭.୫୪ ପ୍ରତିଶତ ଟାର୍ଗେଟ ପୂରଣ ହୋଇପାରିଥିଲା। ୨୦୨୫-୨୬ ଖରିଫ ବର୍ଷ ପାଇଁ ୨୬ ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୧୫ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୨,୫୦୦ ହେକ୍ଟର ରବି ଫସଲ ଜମି ଚାଷ ହେଉଛି।  ୨୦୨୪-୨୫ ଖରିଫ ବର୍ଷରେ ମୋଟ ୫୬୪୦ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୨୫-୨୬ ଖରିଫ ବର୍ଷରେ ୪୬୦୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ଅପେକ୍ଷା ଚାଷୀ ପଞ୍ଜୀକରଣ କାହିଁକି କମିଲା ବୋଲି ଜିଲ୍ଲାପାଳ ବୈଠକରେ ପ୍ରଶ୍ନ କରିଥିଲେ। ସାଂସଦ ଡ. ବେହେରା ଧାନ ସଂଗ୍ରହରେ ହେଉଥିବା କଟନି ଛଟନିକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିନିଧି, ଡିଆରସିଏସ୍,ଏସିଏସଓ,ଏମଆଇ, ମିଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.