ରାଜଦୀପ ହତ୍ୟା ଘଟଣାରେ, ଆଉଜଣେ ଗିରଫ।

0 205

ପୋଲସରା ,୨୮/୦୪(ପିପିଟି) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମର ରାଜଦୀପ ସାହୁଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ କେଉଁଝର ଜିଲ୍ଲା ଘସିପୁର ଥାନା ଅଧିନରେ ଥିବା କେନ୍ଦୁଆ ଗ୍ରାମର ବିଶ୍ବାସ ପଟ୍ଟନାୟକ। ପୁଲିସ ତାକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ତୁନି ଷ୍ଟେସନ ନିକଟରୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି। ସେପଟେ ଏହି ଘଟଣାରେ ୨୧୪/୨୬ ମାମଲା ରୁଜୁ ହୋଇଥିଲା ବେଳେ ତଦନ୍ତ ସୁବ୍ରତ ସାହୁକୁ ପୁଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିଥିଲା। ସୋମବାର ରିମାଣ୍ଡ ଅବଧି ଶେଷ ହେବା ହେତୁ କୋର୍ଟ ନିୟମ ପ୍ରକାରେ ତାକୁ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଣି ଥରେ ସୁବ୍ରତ କୁ ରିମାଣ୍ଡରେ ଆଣି ସିନ୍ ରିକ୍ରିଏସନ କରାଯିବ ବୋଲି ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷରେ ନିକଟରେ ପୋଲସରା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟିଥିବାରୁ ପୁଲିସକୁ ଅଧିକ ତଦନ୍ତ ପାଇଁ ସୁଯୋଗ ମିଳିପାରି ନଥିଲା। ଏଣୁ ସୁବ୍ରତ କୁ ପୁଣି ରିମାଣ୍ଡରେ ଆଣି ଖୋଳତାଡ଼ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.