ଆର୍.ଆଇ. ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

0 421

ଯାଜପୁର,୨୫/୦୮(ପିପିଟି); ଆସନ୍ତା ୨୯ ତାରିଖରେ ରାଜସ୍ୱ ନିରୀକ୍ଷକ ବା ଆର୍.ଆଇ. ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଯାଜପୁର ଜିଲ୍ଲାର ୩୬ ଗୋଟି କେନ୍ଦ୍ରରେ ୯୭୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହାକୁ ସୁ ନିୟନ୍ତ୍ରିତ ଭାବେ ପରିଚାଳନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପରୀକ୍ଷା କୋଭିଡ ସମୟରେ ହେଊଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ଇନ୍ଭିଜିଲେଟର ଓ ପରୀକ୍ଷାର୍ଥୀ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କୋଭିଡ ନିୟମକୁ ମାନି ପରୀକ୍ଷା ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଗୁଡିକୁ କଡାକଡି ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ପରୀକ୍ଷାର୍ଥୀଙ୍କ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବା ଠାରୁ ପରୀକ୍ଷା ଦେଇ ଫେରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହାୟକ ଜିଲ୍ଲାପାଳ ତିଳୋମା ପୃଷ୍ଟି ପରୀକ୍ଷା ପରିଚାଳନା ଓ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । କେନ୍ଦ୍ର ମାଜିଷ୍ଟ୍ରେଟ , ସୁପରଭାଇଜର ଓ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କର ବିଭିନ୍ନ ପ୍ରଶ୍ନକୁ ସମାଧାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି ପ୍ରଶିକ୍ଷଣ ବୈଠକରେ ଉପ ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗୋପୀନାଥ କୁଅଁର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଳାର ସମସ୍ତ ବି.ଡି.ଓ, ତହସିଲଦାର,ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଓ ସେଣ୍ଟରର ସୁପରିନ୍ଟେଣ୍ଡେଣ୍ଟ ମାନେ ଯୋଗଦେଇ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.