କାରରେ ଗଞ୍ଜେଇ ଚୋରା ଚାଲାଣ, ଜଣେ ଗିରଫ ।

0 0

ଭଞ୍ଜନଗର, ୨୩/୧୧(ପିପିଟି ):କେହି ଜାଣି ପାରିବେନି ଭାବି କାରରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ହେଲେ ଭଞ୍ଜନଗର ଅବକାରୀ ବିଭାଗ ହାତରେ ପଡ଼ିଲେ ଧରା।
ସୋମବାର ଭଞ୍ଜନଗର ଥାନା ଅନ୍ତର୍ଗତ ମା’ ସୋରାଦେବୀ ମନ୍ଦିର ସମ୍ମୁଖରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଟିମ୍ ଚଢ଼ାଉ କରି ୩୬କେଜି ଗଞ୍ଜେଇ ଜବତ କରିଛି।ଏହି ଘଟଣାରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟାର କାର୍‌ (ନଂ-୦ଡ଼ି-୦୨-ସିଏସ -୯୫୩୨) ଜବତ କରାଯାଇଛି।ଏଥିସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ସୁଶାନ୍ତ ବେହେରାଙ୍କ ପୁଅ ବିକାଶ ବେହେରା (୨୫)କୁ ଅବକାରୀ ଟିମ୍ ଘଟଣାସ୍ଥଳରେ ଗିରଫ କରିଛି।ଏସଂକ୍ରାନ୍ତରେ ଅଭିଯୁକ୍ତକୁ ଏନଡ଼ିପିଏସ ଆଇନ ଧାରା ୨୦(ବି)(୨)(ସି) ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଥାନା ଅଧିକାରୀ ବିଭୁ ପ୍ରସାଦ ସାହୁ କହିଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.