୨୦ରୁ ଊର୍ଦ୍ଧ୍ୱ ସମସ୍ୟା ନେଇ ବିଧାୟକଙ୍କୁ ଦାବିପତ୍ର ଦେଲେ ୧୦ନମ୍ବର ୱାର୍ଡବାସୀନ୍ଦା

0 8

ବେଗୁନିଆପଡା,୧୭/୦୯(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ଦୀର୍ଘଦିନ ଧରି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ବିଶେଷକରି କୋଦଳା ଏନଏସିର ୧୦ ନମ୍ବର ୱାର୍ଡର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି କରି ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ୱାର୍ଡବାସୀ। ସୂଚନା ଅନୁଯାୟୀ, ବୁଧବାର କୋଦଳା ଏନଏସି ଅଞ୍ଚଳରେ ବିଭିନ୍ନ ମେଢ ପରିଦର୍ଶନ କରୁଥିବା ସମୟରେ ବିଧାୟକଙ୍କୁ ୧୦ ନମ୍ବର ୱାର୍ଡବାସୀ ଘେରିଥିଲେ। ସେମାନେ ସେମାନଙ୍କ ୱାର୍ଡର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ଙ୍କୁ ଅବଗତ କରାଇବା ସହ ୨୦ରୁ ଊର୍ଦ୍ଧ୍ୱ ଉନ୍ନୟନ କାର୍ଯ୍ୟ ର ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ୱାର୍ଡରେ ରାସ୍ତାଘାଟ, ଡ୍ରେନେଜ୍, ପାନୀୟ ଜଳ ସମେତ ବିଭିନ୍ନ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ଥିବା ଅଭିଯୋଗ କରି ତୁରନ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଦାବି କରିଛନ୍ତି। ଏହି ଦାବୀ ଗୁଡିକ ମଧ୍ୟରୁ( ଝିଅ ସାହି )ଶକ୍ତିନଗର ରାସ୍ତା ହେଉଛି ଗୁରୁତ୍ୱ ପୂର୍ଣ୍ଣ ସମସ୍ୟା ! ଏଠାରେ ଜଳ ନିଷ୍କାସନ ର ସୁବିଧା ନ ଥାଇ ସାହି ବାସିନ୍ଦାଙ୍କ ଅନିଚ୍ଛା ସତ୍ୱେ ଡ୍ରେନ ଖୋଳି ଦେଇଥିବା ବେଳେ ସାମାନ୍ୟ ବର୍ଷା ରେ ସାହିଟି ଜଳବନ୍ଦୀ ହୋଇ ରହୁଛି, ବାରମ୍ବାର ଏନଏସି ଅଧ୍ୟକ୍ଷ୍ୟ ଏବଂ ନିର୍ବାହୀ ଅଧିକାରୀଙ୍କୁ ଏହାର ସମାଧାନ ପାଇଁ ଜଣାଇବା ସତ୍ୱେ କେବଳ ପ୍ରତିଶ୍ରୁତି ଦେଇ ଫେରୁଛନ୍ତି କିନ୍ତୁ କାର୍ଯ୍ୟକାରୀତା ଶୂନ, ଏହି ସମସ୍ୟା ସହିତ ଦୀର୍ଘଦିନ ଧରି ଅନେକ ସମସ୍ୟା ରହିଛି,ସମସ୍ୟାଗୁଡ଼ିକ ସମାଧାନ ହୋଇନଥିବାରୁ ୱାର୍ଡବାସୀ ନିଜ ହକ୍ ପାଇଁ ଦାବି ଜଣାଇଥିବା କହିଛନ୍ତି। ଅନ୍ୟପକ୍ଷରେ, ୱାର୍ଡବାସୀଙ୍କ ସମସ୍ୟା ଶୁଣିବା ପରେ ଏଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ତେବେ ଗୋଟିଏ ୱାର୍ଡରେ ଯଦି ଏତେ ସମସ୍ୟା ରହିଛି ଓ ଏହି ସମସ୍ୟା କୁ ନେଇ ଲୋକେ ଦାବିପତ୍ର ଦେଉଛନ୍ତି, ତେବେ କୋଦଳା ଏନଏସିର ଅନ୍ୟ ୱାର୍ଡଗୁଡ଼ିକର ସ୍ଥିତି କିପରି ରହିଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.