ସୁଧାଂଶୁ ଶେଖର ବଡ଼ପଣ୍ଡା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ।

0 189

ଭୁବନେଶ୍ୱର, ୧୦/୦୬(ପିପିଟି): ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ପୂର୍ବାହ୍ନ ୧୧:୦୦ ଟାରେ ଭୁବନେଶ୍ୱରସ୍ଥିତ ଓଇଆରସିର ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ବୃନ୍ଦ ଏବଂ ଆୟୋଗର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରାଜ୍ୟର ବିଦ୍ୟୁତ କ୍ଷେତ୍ରର ନିୟନ୍ତ୍ରଣ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯେଉଁଥିରେ ଶୁଳ୍କ (ଟାରିଫ୍) ନିର୍ଦ୍ଧାରଣ, ଲାଇସେନ୍ସ ପ୍ରଦାନ, ଗ୍ରାହକ ସୁରକ୍ଷା ଏବଂ ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା, ପ୍ରତିଯୋଗିତା ତଥା ଅକ୍ଷୟ ଶକ୍ତିର ସମନ୍ୱୟକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ ଅଛି।

ନିଜର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ, ଶ୍ରୀ ବଡ଼ପଣ୍ଡାଙ୍କ ସଦସ୍ୟ ଭାବେ ଯୋଗଦାନ ଆୟୋଗର କାର୍ଯ୍ୟଧାରାକୁ ଅଧିକ ଶକ୍ତିଶାଳୀ କରିବ ଏବଂ ‘ବିକଶିତ ଓଡ଼ିଶା’ର ପରିକଳ୍ପନା ଅନୁଯାୟୀ ଓଡ଼ିଶାର ବିଦ୍ୟୁତ କ୍ଷେତ୍ରର ସଂସ୍କାର, ଶକ୍ତି ସୁରକ୍ଷା ଏବଂ ଗ୍ରାହକ-କେନ୍ଦ୍ରିତ ଶାସନରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଏହି ଶପଥ ଗ୍ରହଣ ସମାରୋହରେ ଶକ୍ତି ବିଭାଗ, ଓଏଚପିସି, ଗ୍ରୀଡକୋ, ଓପିଟିସିଏଲ, ଓଇଆରସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ।

 

Leave A Reply

Your email address will not be published.