ଶ୍ରମିକ ଭାଇ ମାନେ ସୁକିନ୍ଦାର ସମ୍ପତ୍ତି : ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

0 137

ଯାଜପୁର,୧୬/୦୧(ପିପିଟି):ଶ୍ରମିକ ଭାଇ ମାନେ ସୁକିନ୍ଦାର ସମ୍ପତ୍ତି । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଆଜି ସୁକିନ୍ଦାକୁ ସୁନାର ସୁକିନ୍ଦାରେ ପରିଣତ କରିଛି । ଆପଣଙ୍କ ସମସ୍ୟା ମୋ ସମସ୍ୟା । ଆପଣ ମାନେ ମୋ ପରିବାର । ଆପଣଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ମୁଁ ପ୍ରତିଶ୍ରୁତି ବଦ୍ଧ । ସଂଘର ସଭାପତି ଭାବେ ସବୁ ସମୟରେ ମୁଁ ଆପଣ ମାନଙ୍କ ସହିତ ରହିଛି ଓ ରହିଥିବି । ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସଭାପତି ଇଂ ପ୍ରୀତିରଞ୍ଜନ ଘଡାଇ । କାଳିଆପାଣିରେ ବିଭିନ୍ନ ଖଣିରେ କାର୍ଯ୍ୟରତ ଥିବା ଶ୍ରମିକ ମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ଘଡାଇ ଯୋଗ ଦେଇ ବିଭିନ୍ନ ପଞ୍ଚାୟତରୁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ବୈଠକରେ ଶତାଧିକ ଶ୍ରମିକ ଯୋଗଦାନ କରି ନିଜର ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.