ସିବିଏସ୍‌ଇ ଟପ୍ପର ଟିନା ରଥ ଓ ଆଲିଶା ବିଶ୍ୱାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

0 81

ଭୁବନେଶ୍ୱର,୧୬/୦୪(ପିପିଟି):ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଓ ଆଲିଶା ବିଶ୍ୱାଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରର ଲୋକସେବା ଭବନରେ ଭେଟିଛନ୍ତି।
ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ରୁପା ତାରକସିର ଉପହାର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଭବିଷ୍ୟତରେ ସଫଳତା ନିମନ୍ତେ ଶୁଭାଶିଷ ଜଣାଇଥିଲେ।

Leave A Reply

Your email address will not be published.