ଠାକୁରାଣୀ ଯାତ୍ରାରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ।

0 213

ଭଞ୍ଜନଗର, ୧୬/୦୪(ପିପିଟି):ପ୍ରତି ୩ବର୍ଷରେ ଥରେ ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳର ପାରମ୍ପରିକ ଓ ସାଂସ୍କୃତିକ ପର୍ବ ତଥା ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରରେ ରାଜ ରାଜେଶ୍ବରୀ ମା’ ବ୍ୟାଘ୍ରଦେବୀ ଓ ସହରର ଅଧିଷ୍ଟାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଶୁଭ ଆଗମନକୁ ନେଇ ଶୁଭାରମ୍ଭ ହେବ। ଏହି ଯାତ୍ରା ମେ ମାସ ୨୦ ତାରିଖ ଯାଏଁ ଅର୍ଥାତ୍ ମାଆଙ୍କ ଭେଟ ଓ ପ୍ରତ୍ୟାବର୍ତ୍ତନ ଭତ୍ସବ ପରେ ଉଦଯାପିତ ହେବ।ଏଥି ନିମନ୍ତେ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଇଛି।ଚଳିତ ବର୍ଷ ଯାତ୍ରାକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଧାୟକ ଓ ଯାତ୍ରା କମିଟି ପକ୍ଷରୁ ସ୍ଥିର କରାଯାଇଛି।ତେଣୁ ଯାତ୍ରାରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହି ଅବସରରେ ଯାତ୍ରା କମିଟିର ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ମୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଦଳବେହେରା ଆଜି ଭୁବନେଶ୍ୱର ଠାରେ ଯାତ୍ରାର ନିମନ୍ତ୍ରଣ ପତ୍ର ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଥିଲେ। ଏଥିସହ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି।ନିଜ କାର୍ଯ୍ୟକୁ ନେଇ ସଦା ସର୍ବଦା ବ୍ୟସ୍ତ ରହୁଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯଦି କିଛି ସମୟ ବାହାର କରି ଭଞ୍ଜନଗର ଯାତ୍ରାରେ ଯୋଗ ଦିଅନ୍ତି ତାହେଲେ ଘୁମୁସର ମାଟି ପାଇଁ ଅତିବ ଗର୍ବ ଗୌରବର ବିଷୟ ହେବ।ତଥାପି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଭଞ୍ଜନଗର ବିଧାୟକଙ୍କ ନିମନ୍ତ୍ରଣକୁ ପ୍ରାଧାନ୍ୟ ଦେଇ ଯାତ୍ରାରେ ଯୋଗ ଦେଇ ମାଆ’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।ଏଖବର ଶୁଣିବା ପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ବଢ଼ିବାରେ ଲାଗିଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.