ଧର୍ମଶାଳା ଜାରକା ଠାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ।

0 56

ଯାଜପୁର, ୧୬/୦୪(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଠାରେ ବିଜେପି ମହିଳା ସଙ୍ଗଠନ ପକ୍ଷରୁ ନାରିଶକ୍ତି ବନ୍ଦନ କା୍‌ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରିମାନଙ୍କ ହକ ପାଇଁ ଆବଶ୍ୟକ ପଦକ୍ଷେପ ନେଉଥିବା ବେଳେ ବିଧାନ ସଭା ଓ ଲୋକସଭାରେ ନାରିମାନଙ୍କ ପାଇଁ ୩୩ ଭାଗ ସଂରକ୍ଷଣ କରିବାକୁ ୨୦୨୩ରୁ ଆଣିଥିବା ବିଧେୟକ ଏବେ ଲୋକସଭାରେ ବିଲ ପାସ ହେବାକୁଯାଉଛି । ଏହାକୁ ନେଇ ସମଗ୍ର ଦେଶର ନାରିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ପ୍ରସଂଶା କରିବା ସହିତ ଦେଶ ବ୍ୟାପି ଉତ୍ସାହ ପାଳନ କରା୍‌ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳି ଜାରକା ଠାରେ ନାରୀମାନେ ଏକତ୍ରିତ ହୋଇ ଉତ୍ସବ ପାଳନ କରିଛନ୍ତି । ବିଜେପି ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ପୁର୍ବତନ ସାଂସଦ ରୀତା ତରେଇ, ସମାଜସେବୀ ମିନତୀ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବ୍ଲକ ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର,ଦିପ୍ତିରେଖା ମିଶ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଉଦ୍ୟମକ୍ରମେ ମହିଳମାନଙ୍କ ପାଇଁ ସଂସଦ ଓ ବିଧାନ ସଭାରେ ୩୩ ଭାଗ ସ୍ଥାନ ସଂରକ୍ଷଣ ସମ୍ବବ ହୋଇ ପାରିଛି ବୋଲି ମତବ୍ୟକ୍ତ କରିବା ସହ ମୋଦୀଙ୍କ ପଦକ୍ଷେପକୁ ପ୍ରସଂଶା କରିଥିଲେ । ଏହା ପୁର୍ବରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ ଗୋଟି ପଂଚାୟତରୁ ଆସିଥିବା ଶହ ଶହ ସଂଖ୍ୟାରେ ମହିଳାମାନେ ଶାନ୍ତି ବଜାରରୁ ଏକ ଶୋଭାଯାତ୍ରାରେ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଆସିଥିଲେ ।

Leave A Reply

Your email address will not be published.