ସୁବର୍ଣ୍ଣପୁର ,୦୫/୦୫(ପିପିଟି):ସୋନପୁର ନିର୍ବାଚନ ମଣ୍ଡଳୀ ରେ ଏବେ ଏବେ ବିଭିନ୍ନ ରାଜନୈତିକ ଦଳ ତଥା ସ୍ୱାଧୀନ ପ୍ରାର୍ଥୀ ମାନଙ୍କର ପ୍ରଚାର ଜମିବାରେ ଲାଗିଲାଣି । ଘରକୁ ଘର ବୁଲି ପ୍ରାର୍ଥୀ ମାନେ ଯେ ଯାହାର ପ୍ରଚାର ରେ ଅଣ୍ଟା ଭିଡିଲେଣି। ସେହି ଅନୁପାତରେ ସୋନପୁର ବିଧାନସଭା ନବ ନିର୍ମାଣ କୃଷକ ସଂଗଠନର ସମର୍ଥିତ ସ୍ଵାଧିନ ପ୍ରାର୍ଥିନୀ ସୋନାଲି ବିଶି ନିଜର ପ୍ରଚାର ଆରମ୍ଭ କରିଥିବା ଦେଖାଯାଇଛି। ରାମପୁର ଶିବ ମନ୍ଦିର ପ୍ରାଙ୍ଗଣ ରୁ ଏକ ପଦଯାତ୍ରା ମାଧ୍ୟମ ରେ ରାମପୁର ଗାଆଁ ଓ ବଜାର କୁ ପରିକ୍ରମା କରି ସେ ଭୋଟ ଭିକ୍ଷା କରିଛନ୍ତି। ପଦଯାତ୍ରା ରେ ପ୍ରଚାର ଗାଡ଼ି ରେ ଶହ ଶହ ପୁରୁଷ ଓ ମହିଳା ଚାଷୀ, ଯୁବକ, ଯୁବତୀ ପଦଯାତ୍ରା ରେ ସାମିଲ ଥିଲେ। ଜଏ କୋଶଲ୍ ଓ ଜଏ କିଶାନ୍ ଚାଷୀ ସରକାର୍ ନାରା ରେ ଗାଆଁ ଓ ବଜାର ପ୍ରକମ୍ପିତ ହୋଇଥିଲା। ପଥପ୍ରାନ୍ତ ସଭା ମାଧ୍ୟମରେ ଆଗାମୀ ଦିନ ରେ ଚାଷୀ ସ୍ବାର୍ଥ ଓ ଅଧିକାର ପାଇଁ ଜୋରଦାର ଲଢେଇ ହେବ ବୋଲି ସୋନାଲି ନିଜ ଅଭିଭାଷଣ ରଖିଥିଲେ। ଦୀର୍ଘ ଦୁଇ ମାସ ର ଲୋକସଂପର୍କ ମଧ୍ୟରେ ଧୀରେ ଧୀରେ ସୋନାଲି ଙ୍କ ପ୍ରତି ସ୍ଵତଃ ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି। ୨୫ବର୍ଷର ସରକାର୍ ଥାଇ ସୋନପୁର ଆଜି ଦାଦନଗଡ, ଚାଷୀ ହତାଶା ର କେନ୍ଦ୍ର ପାଲଟିଛି ଏଥିପାଇଁ କେବଳ ଶାସକ ଦଳର ବିଧାୟକ ଙ୍କ ଅଦୂରଦର୍ଶୀ ନେତୃତ୍ୱ ଓ ବିରୋଧୀ ଙ୍କ ନୀରବତା ହିଁ ଦାୟୀ। ଏଣୁ ସବୁ ପାର୍ଟି ସରକାର୍ କୁ ପ୍ରତ୍ୟାଖ୍ୟାନ କରି ଚାଷୀ ସରକାର୍ ବନେଇବାର ମୂଳଦୁଆ ପକାଇବାରେ ୮୦ ଭାଗ ଚାଷୀ ଏକ ହେବା ଶାହ କ୍ରମାଗତ ଭାବରେ ଲୋକଙ୍କ ସମର୍ଥନ ବୃଦ୍ଧି ପାଉଥିବା ଯୋଗୁଁ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁଏକ ସ୍ଵତନ୍ତ୍ର ସାକ୍ଷାତକାର ରେ ପ୍ରକାଶ କରିଛନ୍ତି ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ