ବୋଲଗଡ଼,୨୪/୦୪(ପିପିଟି): ଖୋର୍ଦ୍ଧା ସମେତ ବିଭିନ୍ନ ସ୍ଥାନରେ ଅପମିଶ୍ରିତ ଖାଦ୍ୟର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ଯାହା କି ଖାଦ୍ୟର ମାନ ଯାଞ୍ଚ ନହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନିକ ଉଦାସୀନତା ଚଢାଉର ଅଭାବ ଯୋଗୁ ଅସ୍ୱାସ୍ଥ୍ୟ କର ଖାଦ୍ୟ ଖାଉଟିଙ୍କ ସହ ଖେଳା ଯାଉଛି। ଏପରିକି ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଏବେ ଅପମିଶ୍ରିତ ତଥା ନକଲି ଖାଦ୍ୟର ବିକ୍ରି ବିପୁଳ ଭାବେ ବଢିଚାଲିଛି। ଏ ନେଇ ବିଭିନ୍ନ ସମୟରେ ଖାଉଟିଙ୍କ ପକ୍ଷରୁ ଅସନ୍ତୁଷ୍ଟ ଦେଖାଯାଇଲେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀ ଖିଲାପକାରିଙ୍କ ବିରୋଧରେ ନୀରବଦ୍ରଷ୍ଟା ସାଜିଛନ୍ତି। ସୁଚନା ମୁତାବକ ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଗଢି ଉଠିଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ରାସନ ସାମଗ୍ରୀ, କ୍ଷୀର, ଦହି, ଛେନା, ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଫାଷ୍ଟଫୁଡ ବିକ୍ରି ଏବଂ ମିଠା ଆଦି ଦୈନଦିନ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କରି ଖୋଲା ଖୋଲି ଭାବେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅପମିଶ୍ରିତ ଖାଦ୍ୟ ବିକ୍ରିକରି ବ୍ୟବସାୟୀ ମାନେ ମୋଟା ଅଙ୍କର ରୋଜଗାର କରୁଛନ୍ତି। ଅପମିଶ୍ରିତ ତେଲ ଆଦି ଖାଦ୍ୟ ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ଦେଖିବାକୁ ସୁନ୍ଦର ଓ ପାଟିକୁ ସ୍ୱାଦିଷ୍ଠ ଲାଗୁଥିଲେ ମଧ୍ୟ ଶରୀର ପାଇଁ ତାହା କ୍ଷତିକାରକ। ଖାଦ୍ୟ ଖାଇବା ଦ୍ଵାରା ଲୋକ ଯାବତୀୟ ପେଟରୋଗରେ ଆକ୍ରାନ୍ତ ହେଉଥିବାର ଅଭିଯୋଗ ହୋଇଛି।ବଜାରରେ ଅନେକ ଗୁଡିଏ ଅସ୍ଥାଇ ଦୋକାନ ସହ ବହୁତ ଗୁଡିଏ ଛୋଟ ବଡ଼ ହୋଟେଲ ଖୋଲିଛି ଏମାନଙ୍କର ଖାଦ୍ୟର ମାନ ଲାଇସେନ୍ସ ବୈଧ ଅଛି କି ନାହିଁ ତାହାର ମଧ୍ୟ ଯାଞ୍ଚର ଆବଶ୍ୟକତା ପଡୁଛି। ମାତ୍ର ତହାମଧ୍ୟ ଏବେ ବନ୍ଦ ହୋଇଯାଇଛି। କୌଣସି ଖାଦ୍ୟ ବିକ୍ରିରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଲାଇସେନ୍ସ ରଦ୍ଦ କରିବାକୁ ନିୟମିତ ସଚେତନ କରାଯାଉନାହିଁ। ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟୀ ଏହି ନିୟମରେ ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ପରିସ୍ଥିତିରେ ଲୋକଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିପଦ ସୃଷ୍ଟି କରୁଥିଲେ ମଧ୍ୟ ପ୍ରଶାସନିକ କାର୍ଯାନୁଷ୍ଠାନ ଢିଲାରହିଛି ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।