ଜିପିଏ ଓ ଫୁଜି କମ୍ପାନୀ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ।

0 0

ଭଞ୍ଜନଗର, ୧୭/୧୦(ପିପିଟି): ଆସନ୍ତା ବିବାହ ୠତୁକୁ ଦୃଷ୍ଟିରେ ରଖି ଫୁଜି କ୍ୟାମେରା କମ୍ପାନୀ ଓ ଘୁମୁସର ଫୋଟଗ୍ରାଫର ଆସୋସିଏସନ, ଭଞ୍ଜନଗର ମିଳିତ ସହଯୋଗରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଜିପିଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଫୁଜି କମ୍ପାନୀର ମେଣ୍ଟର ଭାବେ ସୟେଦ ଫହିମ ଓ ଓଜିବୁର ରେହମାନ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ସମୟ, ସ୍ଥାନ, କାଳପାତ୍ରକୁ ଦୃଷ୍ଟିରେ ରଖି କିଭଳି ଗ୍ରାହକଙ୍କ ଚାହିଦା ମୁତାବକ ଉନ୍ନତମାନର ଫୋଟ ଉତ୍ତୋଳନ ଓ ଭିଡ଼ିଓ ସୁଟ ହୋଇପାରିବ ସେ ସମ୍ପର୍କରେ ତାଲିମ ଦେଇଥିଲେ।ଏଥିସହ ଅନ୍ୟାନ୍ୟ କ୍ୟାମେରା ଅପେକ୍ଷା ଫୁଜି କ୍ୟାମେରା ଆଜି କାହିଁକି ସର୍ବଶ୍ରେଷ୍ଠ ଏବଂ କଣ ରହିଛି ଏହାର ବିଶେଷତ୍ୱ, ତାକୁ ନେଇ ଫୋଟଗ୍ରାଫର ମାନଙ୍କୁ ପରୀକ୍ଷାମୂଳକ ଭାବେ ବିଭିନ୍ନ ପ୍ରଶ୍ନ ଉତ୍ତର ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ।ଏଥିରେ ପ୍ରାୟ ସ୍ଥାନୀୟ ଅଞ୍ଚଳର ୩୦ରୁ ଉର୍ଦ୍ଧ୍ବ ଫୋଟ ଓ ଭିଡ଼ିଓ ଗ୍ରାଫର ଉପସ୍ଥିତ ଥିଲେ।ଅନୀଲ ବିଷୋୟୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଜିପିଏ ଉପସଭାପତି କାହ୍ନୁ ସାହୁ, କୋଷାଧ୍ୟକ୍ଷ ସଂଗ୍ରାମ ସ୍ୱାଇଁ, ବରିଷ୍ଠ ସଦସ୍ୟ ସମୀର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଆନନ୍ଦ ମିଶ୍ର, ସୁଶାନ୍ତ ସ୍ୱାଇଁ, ଜଗନ୍ନାଥ ନାୟକ,ପ୍ରଶାନ୍ତ ମିଶ୍ର, ଲିଟୁ, ଲକ୍ଷ୍ମଣ ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.