ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ ।

0 0

ବାଲିଗୁଡା, ୨୪/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତ ର କୁଡକେଲକିଆ ଘାଟି ବୁଲାଣି ରେ ରବିବାର ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ କୁଡକେଲକିଆ ଗାଁ ର ବୀରେନ୍ଦ୍ର ମଳିକ ବୋଲି ଜଣାପଡିଛି । ଯୁବକ ଜଣକ ନିଜ ଗାଁ କୁଡକେଲକିଆ ଗାଁ ରୁ ବାଇକ ରେ ମେଲସିକିଆ ଗାଁ କୁ ଯାଉଥିବା ସମୟରେ ଡାକା ଅଭିମୁଖେ ଯାଉଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସ ଧକ୍କା ଦେଇଥିଲା । ତେବେ ଯୁବକ ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ବସ ଡ୍ରାଇଭର ଘଟଣା ସ୍ଥଳରୁ ଦୁର୍ଘଟଣା ପରେ ଫେରାର ଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ମୃତ ଦେହକୁ  ବ୍ୟବଛେଦ ପାଇଁ ହସ୍ତାନ୍ତର ଦେବାକୁ ମନା କରିଥିଲେ । ଏଥିସହ ଦୁର୍ଘଟଣା ଘଟାଇଥିବା ସରକାରୀ ବସକୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ । ବାଲିଗୁଡା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ନେଇ ପ୍ରତିଶୃତି ଦେବା ପରେ ସ୍ଥାନୀୟ ବାସିନ୍ଦା ମୃତ ଦେହ ଛାଡିଥିଲେ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.