ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ।

0 12

ପୋଲସରା,୦୩/୧୧ (ପିପିଟି) :ଚଳିତ ‘ଅର୍ଣ୍ଣବ’ ଓ ‘ ମୁରାସୁ’ ଦୁଇଟି ବାତ୍ୟାର କାର୍ଯ୍ୟକାରିତାକୁ ନେଇ ଆଜି ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରାକୁ ଆସି ସମୀକ୍ଷା କରିଯାଇଛନ୍ତି। ଏଥିପାଇଁ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ବୈଠକରେ ମନ୍ତ୍ରୀଙ୍କ ସମେତ ପୋଲସରା ତହସିଲଦାର ଦିପ୍ତିମୟି ପାତ୍ର, ଏବିଡ଼ିଓ ସୋନମ ବେହେରା, ଅତିରିକ୍ତ ତହସିଲଦାର ଗିରିଶ ଚନ୍ଦ୍ର ମଲ୍ଲିକ, ବ୍ଲକ କୃଷି ବିଭାଗ ଅଧିକାରୀ ଗଣେଶ୍ଵର ସାହୁଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଷ୍ଟାଫମାନେ ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ମହୋଦୟ ଦୁଇଟି ଯାକ ବାତ୍ୟାକୁ ନେଇ ସରକାରଙ୍କ ନିର୍ଦ୍ଦେଶକୁ ସଠିକ ଭାବେ ପାଳନ, ପ୍ରଭାବିତ ଏବଂ ଆପାତକାଳୀନ ଜରୁରୀକାଳୀନ ଭିତ୍ତିରେ ଜନ ସାଧାରଣଙ୍କ ସେବାକାର୍ଯ୍ୟ କିଭଳି ଭାବେ ଚାଲିଛି ତାହା ଉପରେ ପଚାରି ବୁଝିବା ସହିତ କୌଣସି ଜଣେ ବ୍ୟକ୍ତିଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନହେଁ ସେଥିଉପରେ ସତର୍କତାର ସହିତ ଦାୟିତ୍ୱବାନ ହୋଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବାତ୍ୟା ସମୟରେ ଜନ ସାଧାରଣଙ୍କ ଧନ ଜୀବନ ସୁରକ୍ଷା, ଆଶୁପ୍ରତିକାର ଏବଂ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ସେଠାରୁ ନିମାର୍ଣ ଚାଲିଥିବା ନୁତନ ବସଷ୍ଟାଣ୍ଡକୁ ଯାଇ କାର୍ଯ୍ୟର ଅଗ୍ରଗତିକୁ ନେଇ ନିରୀକ୍ଷଣ ଏବଂ ପଚାରିବୁଝିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ ପୋଲସରାରୁ ଚାଲିଯାଇଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.