ଗଞ୍ଜେଇ ଚାଲାଣ ରୋକିବାରେ ଅବକାରୀ ବିଭାଗ ଠାରୁ ପୋଲିସ ଆଗୁଆ ।

0 334

ଭଞ୍ଜନଗର, ୦୬/୦୩(ପପିପିଟି):ପଡ଼ୋଶୀ କନ୍ଧମାଳ ଜିଲ୍ଲାରୁ ପ୍ରାୟ ସବୁଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି।ଅଧିକାଂଶ ସମୟରେ ଗଞ୍ଜେଇ ମାଫିଆ ମାନେ ପୋଲିସ ଓ ଅବକାରୀ ବିଭାଗ ହାତରେ ଧରା ପଡୁଥିଲେ ମଧ୍ୟ କେତେକ ସୁଯୋଗ ଦେଖି ଖସି ଯାଉଛନ୍ତି।ହେଲେ ଚଢ଼ାଉ ବେଳେ ପୋଲିସ ଅଧିକାଂଶ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହେଉଛି।ଅବକାରୀ ବିଭାଗ ନାମକୁ ମାତ୍ର କେତେକ କ୍ଷେତ୍ରରେ ସଫଳ ହେଉଥିବାରୁ ଦିନକୁ ଦିନ ଚୋରାରେ ଗଞ୍ଜେଇ ଚାଲାଣ ବଢ଼ି ଚାଲିଛି।ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ମଧ୍ୟ କରାଯାଉଛି। ବୁଧବାର ଭଞ୍ଜନଗର ଥାନା ଏସଆଇ ସସ୍ମିତା ମଗର ଭଞ୍ଜନଗର ଥାନାର ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହ ମୁଜାଗଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲ ନଂ ଓଡ଼ି ୦୨ ଡିବି ୦୧୦୬ ସାହାଯ୍ୟରେ ଦୁଇ ଜଣ ଯୁବକ ଏକ ଜରିବସ୍ତା ନେଇ ଯାଉଥିବା ବେଳେ ସନ୍ଦେହ ହେବାରୁ ଯାଞ୍ଚ ସମୟରେ ତାହା ଗଞ୍ଜେଇ ବୋଲି ଜଣା ପଡିଥିଲା। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବା ସହ ବସ୍ତା ଭିତରେ ଥିବା ୨୨,୩୯୦ କେଜି ଗଞ୍ଜେଇ ଏବଂ ବ୍ୟବହୃତ ମୋଟର ସାଇକେଲକୁ ଜବତ କରାଯାଇଛି। ଗିରଫ ଦୁଇଜଣ ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଧୀନ ନୂଆସାହି ଗ୍ରାମର ନିହାର ରଞ୍ଜନ ବେହେରା ଏବଂ ସଂଗ୍ରାମ ଦଳପତି।ଏହି ଘଟଣାରେ ଭଞ୍ଜନଗର ପୋଲିସ କେସ ନଂ ୨୩୨/୨୦୨୫ ଏକ ମାମଲା ରୁଜୁ କରି ଉଭୟଙ୍କୁ ନିଦ୍ରା ଔଷଧ ଏବଂ ମାନସିକ ପ୍ରଭାବୀ ଦ୍ରବ୍ୟ ଆଇନ ୧୯୮୫ ନାର୍କୋଟିକ୍ସ ଡ୍ରଗସ୍ ଆଣ୍ଡ ସାଇକୋଟ୍ରପିକ ସବଷ୍ଟେସ୍ ଆକ୍ଟ ସେକ୍ସନ ୨୦ (ଖ) ଏବଂ ୨୦ (ଗ) ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.