କଣ୍ଠଶିଳ୍ପୀ ମୁନାଭାଇଙ୍କ ପରଲୋକ ।

0 15

ବ୍ରହ୍ମପୁର,୨୭/୦୮(ପିପିଟି):ବ୍ରହ୍ମପୁର ସହରର ଜଣେ ସରଳ ବ୍ୟକ୍ତିତ୍ୱ, ନିର୍ଭିକ ସାମ୍ବାଦିକ ଓ ପ୍ରତିଭାଦୀପ୍ତ କଣ୍ଠଶିଳ୍ପୀ ନବ କିଶୋର ମହାପାତ୍ର ମାତ୍ର ୪୯ ବର୍ଷ ବୟଃକ୍ରମରେ ଗୋଦାବରୀଶ ନଗର ସ୍ଥିତ ସ୍ଵ ବାସଭବନରେ ହୃଦଘାତ ଜନିତ ପରଲୋକ ଗମନ କରିଛନ୍ତି । ସେ ସ୍ଥାନୀୟ କଳା ସଂସ୍କୃତି ଜଗତରେ ମୁନା ଭାଇ ଭାବରେ ସୁପରିଚିତ। କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ପାଣିଟାଙ୍କି ଛକ ସ୍ଥିତ ଉତ୍କଳ ଆଶ୍ରମ ପରିସରରେ ଏକ ଶୋକସଭା ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ନିର୍ଦ୍ଦେଶକ ସଂଘ ସଭାପତି ରାଜଗୋପାଳ ପାଢ଼ୀ, ଶାଶ୍ଵତୀ ପ୍ରଗତିଶୀଳ ନାଟ୍ୟ ସଂଘ ସଭାପତି ରାମଚନ୍ଦ୍ର ସାସମଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମୁନା ବାବୁଙ୍କ ଭଳି ଜଣେ ମିଷ୍ଟଭାଷୀ, ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସାଙ୍ଗଠନିକ ସହଯୋଗୀଙ୍କ ବିୟୋଗରେ କଳାକ୍ଷେତ୍ରରେ ଏକ ଶୋକର ଛାୟା ଖେଳିଯାଇଥିବା ମନ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରଥମେ ତାଙ୍କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ନାଟ୍ୟକାର କୃଷ୍ଣ ଚନ୍ଦ୍ର ପଣ୍ଡା, ନାଟ୍ୟ ନିର୍ଦ୍ଦେଶକ ଟୁଟୁ ପାଢ଼ୀ, ଇଂ. ମନୋଜ କୁମାର ଦଣ୍ଡପାଟ, ସତ୍ୟବ୍ରତ ଦାସ, ନଳିନୀକାନ୍ତ ଗୌଡ଼, ବରିଷ୍ଠ ଉଦଘୋଷକ କାର୍ତ୍ତିକ ପାଣିଗ୍ରାହୀ, ବରିଷ୍ଠ କଳାକାର ଗିରିଜା ଶଙ୍କର ଦାଶ, ମହେନ୍ଦ୍ର କୁମାର ସାହୁ, ବିଘ୍ନେଶ୍ଵର ପଣ୍ଡା, ସୁନୀଲ ସ୍ୱାଇଁ, ବାବୁଲା ମହାପାତ୍ର,ନାରାୟଣ ମହାରଣା, ହୃଦୟାନନ୍ଦ ପଟ୍ଟନାୟକ, କୃପାସିନ୍ଧୁ ପାଳ, ଶରତ ଦାସ, ରାଧାକାନ୍ତ ନାୟକ, ତ୍ରିପତି ବାଲାଜୀ ପ୍ରମୁଖ ବହୁ କଳାକାର ଦିବଂଗତ ଆତ୍ମା ପ୍ରତି ବାକ-ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ କ୍ରମରେ ନବକିଶୋର ଓରଫ ମୁନା ଭାଇଙ୍କ କୃତି ସମ୍ପର୍କରେ ସିଂହାବଲୋକନ କରିଥିଲେ। ସଂଘ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.