ଆନନ୍ଦ ଉଲ୍ଲାସର ସହ ରକ୍ଷା ବନ୍ଧନ ଉତ୍ସବ ପାଳିତ ।

0 197

ଭଞ୍ଜନଗର, ୨୭/୦୮(ପିପିଟି):ହିନ୍ଦୁ ରୀତିନୀତି ଅନୁସାରେ ଭାଇଭଉଣୀ ର ମଧୁର ସମ୍ପର୍କ ଓ ଭଉଣୀକୁ ସୁରକ୍ଷା ଦେବା ପାଇଁ ରାକ୍ଷୀ ପୁର୍ଣିମା ଭଳି ପବିତ୍ର ଦିନରେ ପ୍ରତ୍ୟେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ। ଏହି ଦିନକୁ ପ୍ରତି ଘରେ ଓ ବିଭିନ୍ନ ସଙ୍ଗଠନ ତରଫରୁ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ସେହିପରି ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଡ଼.କମ୍ବୁପାଣି ସାମନ୍ତ ଓ ସମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ଗଙ୍ଗାଧର ଦାସ ଯୋଗ ଦେଇଥିଲେ ।ଏହି ରକ୍ଷା ବନ୍ଧନ ଅବସରରେ ପ୍ରଥମେ ଗୋ ପୂଜନ ସହ ବୃକ୍ଷକୁ ରାକ୍ଷୀ ବନ୍ଧା ଯାଇଥିଲା। ସମସ୍ତ ଅତିଥି , ଗୁରୁଜୀ ଗୁରୁମା ଏବଂ ଶିଶୁ ମାନକୁ ରାକ୍ଷୀ ବନ୍ଧା ଯାଇଥିଲା ।ପରେ ଗ୍ରାମ୍ୟ ପରିକ୍ରମା କରି ଡିହପଢାଳ, ତୁଳସୀପଲ୍ଲୀ,ସାହାଣ ପଲ୍ଲୀ,ଜାମପଲ୍ଲୀ ଅଞ୍ଚଳର ଜନ ସାଧାରଣଙ୍କୁ ଛାତ୍ରଛାତ୍ରୀ ମାନେ ରାକ୍ଷୀ ବାନ୍ଧିଥିଲେ ।ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ,ସହ ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।ସେହିପରି ଓମ ଶାନ୍ତି ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କୁ ରାକ୍ଷୀ ବାନ୍ଧିଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.