ଆଇନଜୀବୀଙ୍କ ମହାନତା: ପରିତ୍ୟକ୍ତ ପଙ୍କ ନାଳରେ ଫଶିଥିବା ଗାଈ ଉଦ୍ଧାର ।

0 178

ବ୍ରହ୍ମପୁର,୨୮/୦୨(ପିପିଟି): ବିଭିନ୍ନ ସମୟରେ ଗୋରୁଗାଈ ସମେତ ବିଭିନ୍ନ ପଶୁ ଖୋଳାଯାଇଥିବା ମୁକୁଳା ଗାତ, କୁଅଁ, ନାଳ ନର୍ଦ୍ଦମାରେ ପଡ଼ି ଆହତ କିମ୍ବା ମୃତ୍ୟୁ ମୁଖରେ ପଡୁଥିବା ନଜିର୍ ରହିଛି। ଆଜି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ କୁକୁଡ଼ାଖଣ୍ଡି ବ୍ଲକ୍, ଲୋଚାପଡା଼ ପଞ୍ଚାୟତ ଅନ୍ତର୍ଗତ ଖାରବେଳ ନଗର ନିକଟସ୍ଥରେ ଥିବା ପରିତ୍ୟକ୍ତ ନାଳରେ ଖସିପଡ଼ି ଦୁଇଦିନ ହେଲା ଛଟପଟ ହେଉଥିଲା । ଉକ୍ତ ନାଳଟି ପଙ୍କ ଭର୍ତ୍ତିହୋଇ ଥିବାରୁ କାହାର ନଜର ପଡ଼ିନଥିଲା। କୈାଣସି କାରଣ ବଶତଃ ଆଇନଜୀବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ଉକ୍ତ ରାସ୍ତାରେ ଯିବାବେଳେ ତାଙ୍କ ନଜରକୁ ଆସିଥିଲା। ସେ କାଳବିଳମ୍ବ ନକରି ଘଟଣା ସମ୍ପର୍କରେ ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଗୋଚର କରିଥିଲେ ଏବଂ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷାକରି କାଳବିଳମ୍ବ ନ କରି ପଶୁପ୍ରେମୀ ଶ୍ରୀ ଚୌଧୁରୀ ପଶୁ ଚିକିତ୍ସାଳୟ ଓ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରି ଅଗ୍ନିଶମ ବିଭାଗର ସହାୟତାରେ ଉକ୍ତ ଗାଈଟିକୁ ଉଦ୍ଧାର କରିଥିଲେ। ପଶୁ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସୁସ୍ଥଥିବା ଜାଣି ଖୁସି ବ୍ୟକ୍ତ କରି କହିଥିଲେ ଯେ ଭାଗ୍ୟକୁ ଗାଈଟି ଦୁଇଦିନ ଧରି ନାଳରେ ପଡ଼ିଥିଲେ ମଧ୍ୟ ତାର କୌଣସି କ୍ଷୟକ୍ଷତି ହୋଇନାହିଁ ବରଂ ସେ ସମ୍ପୂର୍ଣ ସୁସ୍ଥ ଅଛି। ଏଥିରେ ଆଇନଜୀବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ, ସୁବାଷ ଚନ୍ଦ୍ର ମାଝୀଙ୍କ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଏହାକୁ ନେଇ କେବଳ ସହର ତଳିଆ ଅଞ୍ଚଳ ବାସିନ୍ଦା ନୁହଁ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ବାସିନ୍ଦା ଅଗ୍ନିଶମ ବିଭାଗ୍ୟୟ କର୍ମଚାରୀ,ପଶୁ କର୍ମଚାରୀ ଏବଂ ପଶୁପ୍ରେମୀ ଶ୍ରୀ ଚୌଧୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.