ସାମାଜିକ ଦୂରତ୍ୱକୁ ଅମାନ୍ୟ, ୨ଦୋକାନୀ ଦେଲେ ଜରିମାନା ଆଉ ଗୋଟେ ଦୋକାନ ସିଲ ।

0 272

ଭଞ୍ଜନଗର,୦୩/୦୮(ପିପିଟି); କିଛିଦିନର ନୀରବତା ପରେ କଟକଣା କୋହଳ ହେବାରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ଭଞ୍ଜନଗର ସହର ଚଳଚଞ୍ଚଳ ହୋଇ ଉଠିଥିଲା। ବିଶେଷ କରି ମିଠା ଦୋକାନ ଓ ରାକ୍ଷୀ ଦୋକାନରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଶାସନ ଓ ଏନ.ଏ.ସି ତରଫରୁ ଜନସାଧାରଣ ଓ ଦୋକାନୀଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସେମାନେ ନିୟମ ଉଲଂଘନ କରୁଥିବା ଦେଖାଯାଇଛି। ଯାହା ଫଳରେ ସାମାଜିକ ଦୂରତା ନଥିବାରୁ ଏକ ରାକ୍ଷୀ ଦୋକାନ ଠାରୁ ୫ଶହ ଟଙ୍କା ଓ ବସ ଷ୍ଟାଣ୍ଡରେ ଥିବା ଏକ ମିଠା ଦୋକାନୀ ଠାରୁ ୩ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଅନ୍ୟ ଏକ ମିଠା ଦୋକାନକୁ ଏକ ସପ୍ତାହ ପାଇଁ ଏନ.ଏ.ସି କର୍ମଚାରୀମାନେ ସିଲ କରିଥିବା ଜଣାପଡିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.