ମ୍ଯାଲେରିଆ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ।

0 535

ମାଲକାନଗିରି ,୩୧/୦୫ (ପିପିଟି): ମ୍ୟାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଟାସ୍କଫୋର୍ସ ସଭା ଜିଲ୍ଲାପାଳ ବିଶାଳ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲା ରେ ଗତ ବର୍ଷ ୪୮୧୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀ ରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ୧୨୮୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ରେ ୧୯୮ ଟି ରକ୍ତ ଚିକିତ୍ସା କେନ୍ଦ୍ର ଘୋଷଣା କରିବା ପାଇଁ ବ୍ୟବସ୍ଥା କରାଯିବ ଯେଉଁଠିକୁ ଆଶା କର୍ମୀମାନଙ୍କ ପାଇଁ ଅପହଞ୍ଚ ହୋଇଥିବ । ସ୍କୁଲ ଓ ଗାଁ ସ୍ତରରେ ଭିଡିଓ ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ରେ ୨୨୫୧ ଗ୍ରାମ ରୁ ୬୪୯ ଗ୍ରାମ ହିଁ ଅଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ସେହି ଅଞ୍ଚଳଗୁଡିକୁ ମ୍ଯାଲେରିଆ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରଫୁଲ କୁମାର ନନ୍ଦ କହିଥିଲେ । ଡ଼ା ଧନେଶ୍ଵର ମହାପାତ୍ର , ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ମଶା ବାହିତ ରୋଗ) ସଭା ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମଶା ବାହିତ ରୋଗ ପରାମର୍ଶଦାତା ଅଜିତ ଦଳାଇ, ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ଓ ବିଭିନ୍ନ ବିଭାଗର ଦାୟିତ୍ଵ ଓ କର୍ଯ୍ୟ ପ୍ରଣାଳୀକୁ ପୁଙ୍ଖନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ ।ଏହି ସଭା ରେ ସମସ୍ତ ଜିଲ୍ଲାସ୍ତର ବିଭାଗ ର ଅଧିକାରୀ,ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀମତୀ ସସ୍ମିତା ସାହୁ , ମ୍ୟାଲେରିଆ ବିଶେଷଜ୍ଞ ବିକାଶ ପାଣିଗ୍ରାହୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ୭ ଟି ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଡେଙ୍ଗୁ ରୋଗର ନିୟନ୍ତ୍ରଣ ପାଇଁ ମଧ୍ୟ ଜିଲ୍ଲାପାଳ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।
ସମସ୍ତ ମୁଖ୍ୟ ସହଯୋଗୀ ବିଭାଗକୁ ଅନୁରୋଧ କରାଯାଇଥିଲା ଯେମିତି ସମସ୍ତଙ୍କ ସହଯୋଗ ହେଲେ ମାଲକାନାଗିରି ଜିଲ୍ଲାରୁ ମ୍ୟାଲେରିଆ ମୁକ୍ତ କରାଯାଇ ପାରିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.