୨୦ ଦିନ ହେଲା ନଳକୂପ ଅଚଳ ।

0 240

ଉଲୁଣ୍ଡା ,୩୧୵୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କଳାପଥର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପାଲି ଗ୍ରାମରେ ଥିବା ନଳକୂଅଁ ଟି ଆଜକୁ ପ୍ରାୟ ୨୦ ଦିନ ହେଲା ଅଚଳ ହୋଇ ପଡ଼ି ରହିଥିବା ଜଣାପଡିଛି। ଏହି ଅଞ୍ଚଳରେ ଖରାର ପ୍ରକୋପ ହୁ ହୁ ହୋଇ ବଢୁଥିବା ବେଳେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଏହି ନଳକୂପଟି ଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରକୁ ପଢି ଆସୁଥିବା ଛୋଟ ଛୋଟ ଛୁଆ ମାନେ ପାଣି ନପାଇ ହଇରାଣ ହେଉଥିବା ଜଣାପଡ଼ିଛି ‌। ଗ୍ରାମରେ ପ୍ରାୟ ୫୦ ପରିବାର ବସବାସ କରୁଥିବା ବେଳେ ଏହି ନଳକୂପ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.