ପୋଲସରା ,୦୯/୦୬(ପିପିଟି) : ଆଜି ପୋଲସରା ଠାରେ ମେଗା ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏବଂ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମଟିକୁ ମୁଖ୍ୟଅତିଥି ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ, ପଶୁସମ୍ପଦ ବିକାଶ, ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭ ଉଦଘାଟନ କରିଥିବାବେଳେ ଅନ୍ୟତମ ଅତିଥିଭାବେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ବ୍ଲକ୍ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ ଓ ଜିଲ୍ଲା ପରିଷ ସଭ୍ୟା ଟୁନୁ ଦାସ ପ୍ରମୁଖ ଯୋଗଦେଇଥିଲେ। ଅତିଥି ମନ୍ତ୍ରୀ ଓ ସାଂସଦ ଉଭୟେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି କଲ୍ୟାଣ ମୂଳକ ଯୋଜନା ଉପରେ ଆଲୋକ ପାତ କରିବା ସହିତ ବିଶେଷ କରି ଗରିବ, ବୟସ୍କ, ବିଧବା ଓ ଅସହାୟ ସାଧାରଣ ଜନତାଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଭତ୍ତା ମାଗଣା ସ୍ବାସ୍ଥ୍ୟ ସେବା ଏଵଂ ମାଗଣା ଚାଉଳ ଯୋଗାଣ ଏବଂ ବାସହୀନଙ୍କୁ ମାଗଣା ନେଇ ଆବାସଗୃହ ପ୍ରଦାନ କରି ନିର୍ବାଚନ ବେଳେ ଦେଇଥିବା ନିଜର ପ୍ରତିଶ୍ରୁତି ପାଳନ କରି ଜନସାଧାରଣଙ୍କ ସେବା କରି ଆସୁଛନ୍ତି ବୋଲି କହିଥିଲେ। ଏହି ଅବସରରେ ୨୬ ଗୋଟି ପଞ୍ଚାୟତରୁ ଏକହଜାରରୁ ଊର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମର ବିଡ଼ିଓ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ୍ ଏଵଂ କର୍ମଚାରୀଙ୍କ ସମେତ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ, ବିଏମପି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା