ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁର ଘରୋଇ ଯତ୍ନ ଉପରେ ଆଶାଙ୍କୁ ତାଲିମ ପ୍ରଦାନ ।

0 382

ବେଲଗୁଣ୍ଠା,୧୦/୦୧(ପିପିଟି): ନବଜାତ ଶିଶୁ ମାନଙ୍କ ଘରୋଇ ଯତ୍ନ ଉପରେ ଆଶା ମାନଙ୍କୁ ପାଞ୍ଚ ଦିନିଆ ତାଲିମ ଶିବିର ବେଲଗୁଣ୍ଠା ମେଡିକାଲରେ ଅଧ୍ୟକ୍ଷ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଅଛି । ଆୟୋଜିତ ତାଲିମ ଶିବିରରେ ସହରାଞ୍ଚଳ ରେ ନିୟୋଜିତ ଆଶା କର୍ମୀ ମାନେ ଘର ଘର ବୁଲି ଗର୍ଭବତୀ ମହିଳା , ପ୍ରସୂତି ମହିଳା , ନବଜାତ ଶିଶୁ, ଓ ଶିଶୁ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚିବା ସହ କୌଶଳ ମାଧ୍ୟମରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ପାଇଁ ତାଲିମ ପ୍ରଦାନ କରା ଯାଇଅଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ସହାୟତା ଓ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗ ର ସହଯୋଗ ରେ ବେଲଗୁଣ୍ଠା ଏନ୍ଏସି ର ୬ ଜଣ ଆଶା କର୍ମୀ, ବୁଗୁଡ଼ା ଏନ୍ଏସି ର ୯ ଜଣ ଆଶା କର୍ମୀ ଓ ଜଗନ୍ନାଥପ୍ରସାଦ ବ୍ଲକ ର ଜଣେ ଆଶା କର୍ମୀକୁ ମିଶାଇ ମୋଟ ୧୬ ଜଣ ଉପସ୍ଥିତ ରହି ତାଲିମ ପ୍ରାପ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ର ବରିଷ୍ଠ ପ୍ରଶିକ୍ଷୀକା ସୁଜାତା ପଟ୍ଟନାୟକ, ହରି ହର ପାଢ଼ୀ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ବି ପି ଏମ ଦୁର୍ଗା ପ୍ରସାଦ ପଟ୍ଟନାୟକ, ବି ଏ ମ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ତାଲିମର ଚତୁର୍ଥ ଦିବସରେ ନିକଟସ୍ଥ ମାଲସାହି ଅଙ୍ଗନୱାଡ଼ି ତାଲିମ କେନ୍ଦ୍ରରେ ପହଂଚି ପୃଷ୍ଟିକର ଖାଦ୍ୟ, ଅଭିବୃଦ୍ଧି ସାରଣୀ, କିଶୋରୀ ବାଳିକା ବୈଠକ, ସ୍ୱାସ୍ଥ୍ୟ ପୋଷଣ ଦିବସ, ଟୀକାକରଣ, ଶିଶୁ ସ୍ୱାସ୍ଥ୍ୟ, ମାତୃ ସ୍ୱାସ୍ଥ୍ୟ, ପୋଷଣ, ନିମୋନିଆ ଆଦି ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦାନ କରା ଯାଇଥିଲା। ଏଠାରେ ଅଞ୍ଚଳର ସମାଜ ସେଵୀ ସୁଶାନ୍ତ କୁମାର ବେହେରା, ଅଙ୍ଗନୱାଡି କର୍ମୀ ସୁନିତା ମହାପାତ୍ର, ମମିତା ପଣ୍ଡା, କେ. ତପସ୍ୱିନୀ ସୁବୁଦ୍ଧି, ଝରଣା ସାହୁ ପ୍ରମୁଖ ସାହାଯ୍ୟ କରିଥିବା ବେଳେ ହେଲପର ଓ ଆଶା କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.