ମାଲକାନଗିରି ବନ ବିଭାଗ ତରଫରୁ ପକ୍ଷୀ ଗଣନା ଶେଷ,୪୩ ପ୍ରଜାତି ଜଳ ଚରପକ୍ଷୀ ସହ ପକ୍ଷୀ ସଂଖ୍ଯା ୧୦୧୦୪ ।

0 335

ମାଲକାନଗିରି,୧୦/୦୧(ପିପିଟି): ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ଜାନୁଆରୀ ପ୍ରଥମ ସପ୍ତାହରେ ଜଳଚର ପକ୍ଷୀଗୁଡିକର
ଗଣନା କାର୍ଯ୍ଯ ଶେଷ ହୋଇଛି ।ମାଲକାନଗିରି ବନ ଖଣ୍ଡରେ ୬ ଗୋଟି ବନାଞ୍ଚଳ ରହିଥିବା ବେଳେ ୮ ଗୋଟି ଜଳାଶୟରେ ଜଳଚର ପକ୍ଷୀଗୁଡିକର ଗଣନା କରାଯାଇଥିଲା । ଗତ ବର୍ଷ ୨୦୨୦/୨୧ ରେ ମାଲକାନଗିରି ବନଖଣ୍ଡ ଦ୍ବାରା ୩୦ ପ୍ରଜାତିର ଜଳଚର ପକ୍ଷୀ ଦୃଷ୍ଟି ଗୋଚର ହୋଇଥିଲା ବେଳେ ମୋଟ ପକ୍ଷୀ ସଂଖ୍ଯା ୬,୭୪୩ ରହିବା ଗଣନା କରାଯାଇଥିଲା । ୨୦୨୨ ଜାନୁଆରୀ ଜଳଚର ପକ୍ଷୀ ଗଣନା ଅନୁସାରେ ମୋଟ ସଂଖ୍ଯା ୧୦,୧୦୪ ରହିଥିବା ବେଳେ ୪୩ ପ୍ରଜାତିର ପକ୍ଷୀ ବିଭିନ୍ନ ଜଳାଶୟଗୁଡିକରେ ଦୃଷ୍ଟି ଗୋଚର ହୋଇଥିଲା । ମୁଖ୍ଯତଃ ଚଳିତ ପକ୍ଷୀ ଗଣନାରେ ଛୋଟ ଜଳ କାକ ୨,୧୧୭ ଗୋଟି,ଭାରତୀୟ ହେରନ ପକ୍ଷୀ ୧୧୯୦ ଗୋଟି, ବଡ ଜଳ କାକ ୯୭୧ ଗୋଟି,ଲାଲ ବେକ ଥିବା ବୁଡାଳୀ ପକ୍ଷୀ ୮୫୬ ଗୋଟି,ଧଳା ବଗ ୭୩୮ ଗୋଟି, ଛୋଟ କଳା ରଙ୍ଗର ବୁଡାଳୀ ପକ୍ଷୀ ୮୫୨ ଗୋଟି ମୁଖ୍ଯତଃ ଗଣନା କରାଯାଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ଜଳଚର ପକ୍ଷୀ ପ୍ରଜାତିରେ ବୃଦ୍ଧି ଘଟିବା ସହ ଜଳଚର ପକ୍ଷୀ ସଂଖ୍ଯା ମଧ୍ଯ ବୃଦ୍ଧି ହୋଇଥିବା ଜଣାପଡିଛି ।ଏହା ପକ୍ଷୀ ପ୍ରେମୀଙ୍କ ମନକୁ ବିଶେଷ ଭାବରେ ମନ ମୁଗ୍ଧ କରିଥିବା ଜଣା ପଡିଛି । ଶୀତ ଋତୁରେ ବିଦେଶା ଗତ ପକ୍ଷୀମାନେ ଓଡିଶାର ବିଭିନ୍ନ ଜଳାଶୟ ଗୁଡିକରେ ଦେଖା ଦେଇଥିବା ବେଳେ ମାଲକାନଗିରି ବନ ଖଣ୍ଡକୁ ବିଦେଶାଗତ ପକ୍ଷୀଙ୍କ ଆଗମନ କରିଥିବା ସ୍ପଷ୍ଟ ହୋଇ ନାହିଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.