ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ।

0 0

ପୋଲସରା ,୨୮/୦୭(ପିପିଟି ):ପୋଲସରା କାଳୀମନ୍ଦିର ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଆଚାର୍ଯ୍ୟ ଦାଶରଥି ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଅତିଥିଭାବେ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଛାତ୍ର ଛାତ୍ରୀ ଙ୍କୁ ଜ୍ଞାନ ବିଜ୍ଞାନ ମେଳାର ମହତ୍ତ୍ୱ ସମ୍ପର୍କରେ ଆର୍ଶୀବଚନ ପ୍ରଦାନ କରିଥିଲେ /ଏହିକାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ର, ଉପସଭାପତି ପ୍ରମୁଖ କୁମାର ପ୍ରଧାନ,ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଉଷା ରଞ୍ଜନ ଦାଶ, ପିଏମଶ୍ରୀ ଗୋପବନ୍ଧୁ ହାଇସ୍କୁଲର ଶିକ୍ଷକ ଡ଼. ଅମ୍ରେଶ ପଟ୍ଟନାୟକ,ଶିକ୍ଷକ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ବଳରାମ ସାହୁ, ରଂଜିତ ବିଷୋୟୀ, ନିରଞ୍ଜନ ଦୀକ୍ଷିତ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ବିଜ୍ଞାନ ମେଳାର ତାପ୍ତର୍ଯ୍ୟ ବିଷୟରେ ବୁଝାଇବାସହ ପିଲାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏଥି ସହିତ ପ୍ରତିଯୋଗୀମାନଙ୍କୁ ପ୍ରଶ୍ନ ପଚାରି ବୁଝି ଆବଶ୍ୟକ ପରାମର୍ଶ ଦେଇଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବାଳକବାଳିକାମାନେ ମେଳାରେ ଭାଗ ନେଇ ନିଜ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାକୁ ସୂଯୋଗ ପାଇଥିଲେ। ପୂର୍ବରୁ ଏବଂ ଆଜି ଶେଷ ପର୍ଯ୍ୟାୟରେ ଏହି ବିଜ୍ଞାନ ମେଳାରେ ଅଂଶ ଗ୍ରହଣ ପ୍ରଥମ ସ୍ଥାନ ଅଧିକାର କରିଥିବା ମୋଟ ୫୭ ଜଣ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅଗଷ୍ଟ ମାସ ୯ ତାରିଖ ରବିବାର ଦିନ ଏହି ଅନୁଷ୍ଠାନରେ ହେବାକୁ ଥିବା ଖଲ୍ଲିକୋଟ ସଂକୁଳ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଛି। ବିଜ୍ଞାନ ମେଳା ପରିଚାଳନା ଆଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀ, ସ୍ୱାଗତ ଭାଷଣ ପ୍ରଦାନ ପ୍ରଧାନ ଆଚାର୍ଯ୍ୟ ମହୋଦୟ, ଅତିଥି ପରିଚୟ ପ୍ରଦାନ ଆଚାର୍ଯ୍ୟ ବ୍ରଜମୋହନ ମହାପାତ୍ର ପ୍ରମୁଖ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅନ୍ୟ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ଓ ସେବିକାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଆଚାର୍ଯ୍ୟ ସୁଶାନ୍ତ କୁମାର ସାହୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.