ବେଲଗୁଣ୍ଠାରେ ଗଜଲକ୍ଷ୍ମୀ ପୂଜା ପାଳନ ।

0 189

ବେଲଗୁଣ୍ଠା,୨୨/୧୦(ପିପିଟି): ବେଲଗୁଣ୍ଠା ମୁଖ୍ୟ ସଡ଼କ ଶୁଖୁଆ ହାଟ ଏବଂ ବସ ଷ୍ଟାଣ୍ଡ ଠାରେ ମା ଗଜଲକ୍ଷ୍ମୀଙ୍କ କୋଭିଡ କଟକଣା ନିୟମ ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ପୁଜା ମଣ୍ଡପ ରେ ବହୁ ଶ୍ରଦ୍ଧାଳୁ ମା’ ଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଥିବା ପରିଲକ୍ଷିତ ହୋଇଛି। ସାନ୍ଧ୍ୟ ଆଳତୀ ରେ ବହୁ ମହିଳା ଙ୍କ ସମାଗମ ସହିତ ଘଣ୍ଟ ମୃଦଙ୍ଗ ହୁଳହୁଳି ରେ ମଣ୍ଡପ ପ୍ରକମ୍ପିତ ହେଉଛି। ବହୁ ପ୍ରକାର ଆଲୋକ ସଜ୍ଜାରେ ମା’ ଙ୍କ ମୁଖ ମଣ୍ଡଳ ଝଲସି ଉଠୁଛି। ଉଭୟ ପରିଚାଳନା କେମିଟି ସଦସ୍ୟ ମନେ ଆସନ୍ତା ସୋମ ବାର ଦିନ ମା’ ଙ୍କୁ ବିଦାୟ ଦେବାପାଇଁ ନିଷ୍ପତ୍ତି କରିଛନ୍ତି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.