ବାଲି ନ ନେବା ପାଇଁ ତହସିଲ ଦାରଙ୍କୁ ଦାବିପତ୍ର ପ୍ରଦାନ ।

0 274

ବାଲିଗୁଡା,୧୫/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର କଟିମାହା ପଞ୍ଚାୟତ ର ପ୍ରଧାନପଡା ଗ୍ରାମବାସୀ ତଥା ପ୍ରଧାନପଡା ଯୁବକ ସଂଘ ଓ ଏସଏଚଜି ଗ୍ରୁପ ତରଫରୁ ଟିକାବାଲି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ପ୍ରଧାନପଡ଼ାରୁ ବାଲି ନ ନେବା ନିମନ୍ତେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ପ୍ରଧାନପଡ଼ା ଗାଁ ମଝିରେ ପ୍ରତି ଦିନ ୩୦ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ବାଲି ବୋଝେଇ ନେବା ଆଣିବା କରିବା ଦ୍ୱାରା ପ୍ରଧାନପଡା ଗ୍ରାମବାସୀଙ୍କୁ ରାସ୍ତା ରେ ଯାତାୟାତ ରେ ଅନେକ ଅସୁବିଧା ହେଉଛି । ପ୍ରଧାନପଡ଼ା ମୁଖ୍ୟ ପିଚୁ ରାସ୍ତା ରୁ ନଦୀ କୁ ଯିବା ରାସ୍ତା ରେ ପ୍ରଧାନପଡ଼ା ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ରାସ୍ତାରେ ଖାଲଖମା ହେତୁ ପ୍ରତିଦିନ ଅସୁବିଧା ହେଉଥିବା ବିଷୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ର ଛୋଟ ପିଲା ଠୁ ସ୍କୁଲ ଛାତ୍ର ଛାତ୍ରୀ ସେହି ରାସ୍ତା ରେ ଯାତାୟାତ କରନ୍ତି । ଏହାକୁ ବନ୍ଦ କରିବା ନିମନ୍ତେ ଉକ୍ତ ଗ୍ରାମବାସୀ ମାନେ ତହସିଲଦାରଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି।
(ରିପୋର୍ଟ – ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.