ବାଙ୍କୋଇ ପୋଲିସର ଚଢାଉ ୧୦୦୦ଲିଟର ପୋଚ ନଷ୍ଟ ସହ ୧୦ଲି ଦେଶୀ ମଦ ଜବତ।

0 272

ବୋଲଗଡ଼, ୨୬/୦୮(ପିପିଟି) ବୋଲଗଡ ଥାନା ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରାବାର ବଢିବାରେ ଲାଗିଛି। କେଉଁଠି ଦେଶୀ ମଦ ତ କେଉଁଠି ଧଳା ଯହର , ଗଞ୍ଜେଇ ଚୋରା ଚାଲାଣ କରି ମାଫିଆମାନେ ମାଲେମାଲ ହେଉଛନ୍ତି। ଏହାକୁ ନଜରରେ ରଖି ସକ୍ରିୟ ହୋଇଛି ବୋଲଗଡ ପୋଲିସ। ସେହିପରି ଆଜି ବୋଲଗଡ ଥାନା ଅନ୍ତର୍ଗତ ଆରିକିମା ଶାଳ ଜଙ୍ଗଲ ଭିତରେ ଏକ ମଦ ରନ୍ଧା ଭାଟିକୁ ବାଙ୍କୋଇ ଫାଣ୍ଡି ଅଧିକାରୀ କୁମର ମୁଦୁଲି ସଦଳବଳ ନେଇ ରେଡ୍ କରି ୧ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ପୋଲିସର ଚଢ଼ାଉ ସମ୍ପର୍କରେ ଖବର ପାଇ ପୁର୍ବରୁ ମଦ ମାଫିଆ ମାନେ ଫେରାର ହୋଇଯାଇଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.