ବଦଳିବେ କି କୁକୁଡାଖଣ୍ଡି ତହସିଲଦାର ଓ ବିଡିଓ !

0 4,595

ବ୍ରହ୍ମପୁର,୩୦/୧୧(ପିପିଟି); କୁକୁଡାଖଣ୍ଡି ତହସିଲଦାର ଚୋରା ବାଲି,ପଥର ଓ ଗୁଟୁଖା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିବାଦ ପରିସରକୁ ଆସିଯାଇଛନ୍ତି । କିଛି ମାଫିଆ ଓ ନେତା ତହସିଲଦାରଙ୍କ ବିରୁଦ୍ଧରେ ସ୍ବର ଉଠାଇବା ସହିତ ତହସିଲଦାରଙ୍କୁ ବଦଳି ପାଇଁ ଦାବି କରିବା ନେଇ ଚର୍ଚ୍ଚାର ବିଷୟ ହୋଇଛି । ତହସିଲଦାରଙ୍କ ସପକ୍ଷରେ କିଛି ନେତା କହୁଥିବା ବେଳେ ଅନ୍ୟ କିଛି ନେତା ବିପକ୍ଷରେ କହୁଛନ୍ତି । ଉଭୟ ଗୋଷ୍ଠୀ ଜିଲ୍ଲା ପ୍ରଶାସନକୁ ଅବଗତ ମଧ୍ୟ କରିଛନ୍ତି । ନଭେମ୍ବର ୨୫ ତାରିଖରେ କୁକୁଡାଖଣ୍ଡି ବ୍ଲକ୍ ନିର୍ବାଚିତ ପ୍ରତିନିଧି ସଙ୍ଘ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ୍ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ ଅଧ୍ଯକ୍ଷତା କରିଥିଲେ । ବ୍ଲକ ଅଧ୍ଯକ୍ଷ କାମାକ୍ଷା ପ୍ରସାଦ ପାତ୍ର(ବାପି) ଓ ସରପଞ୍ଚ ସଙ୍ଘ ସଭାପତି ସାରଥି ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ତହସିଲଦାରଙ୍କ ବଦଳି କଥାକୁ ଗୁରୁତ୍ୱ ଦେଇ ଆଲୋଚନା ହୋଇଥିଲା । ଉକ୍ତ ବୈଠକ ସମୟରେ ବାଚସ୍ପତି ଓ ବ୍ଲକ୍ ଅଧ୍ଯକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୋବାଇଲ୍ ଯୋଗେ କଥାବାର୍ତ୍ତା ହୋଇଥିବା ନେଇ ଶୁଣିବାକୁ ମିଳୁଛି । ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର କୁଆଡେ ବ୍ଲକ୍ ଅଧ୍ଯକ୍ଷ କାମାକ୍ଷା ପ୍ରସାଦ ପାତ୍ର(ବାପି)କୁ ତାଗିଦ୍ କରି କହିଥିଲେ ପ୍ରଦୀପ ପାଣିଗ୍ରାହୀ କଥାରେ ପଡି ତହସିଲଦାରଙ୍କ ବିରୁଦ୍ଧରେ ଆନ୍ଦୋଳନ କାହିଁକି କରୁଛ । ପ୍ରଦୀପର ସମୁଦି ଓ ଜ୍ଜାଇଁ ପୁଅ ଘରେ ଭିଜିଲାନ୍ସ ରେଡ୍ ହେଲାଣି । ବ୍ଲକ୍ ଅଧ୍ଯକ୍ଷ ବାଚସ୍ପତିଙ୍କୁ ସଫେଇ ଦେଇଥିଲେ କିନ୍ତୁ ବାଚସ୍ପତି କୁଆଡେ କହିଥିଲେ ତୁମେ ପାଞ୍ଚ ଜଣଙ୍କ ବିରୁଦ୍ଧରେ ସରକାରୀ ତଥ୍ୟ କହୁଛି ତୁମେ କାହା ସହିତ ଯୋଗାଯୋଗରେ ଅଛ । ବାଚସ୍ପତି ବ୍ଲକ୍ ଅଧ୍ଯକ୍ଷ ବାପିଙ୍କୁ କୁଆଡେ ତାଗିଦ୍ କରି କହିଥିଲେ ପ୍ରଦୀପ ପାଣିଗ୍ରାହୀ କଥାରେ ପଡି କାହିଁକି ଘାଣ୍ଟି ହେଉଛ । କୁକୁଡାଖଣ୍ଡି ତହସିଲଦାର ବଦଳି ଫାଇଲ୍ ମୁଭ ହୋଇଛି । ଜିଲ୍ଲାପାଳ ଓ ମନ୍ତ୍ରୀ ଫାଇଲ୍ ମୁଭ କରି ତୃତୀୟ ମହଲାକୁ ପଠାଇଛନ୍ତି । ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ଚାଲିଥିବା ଯୋଗୁଁ ବଦଳି ସମ୍ଭବ ନୁହେଁ । ସେଥିପାଇଁ ନିର୍ବାଚନ କମିଶନଙ୍କ ଅନୁମତି ଦରକାର । କୁକୁଡାଖଣ୍ଡି ତହସିଲଦାର ଓ ବିଡିଓଙ୍କ ବଦଳି ପାଇଁ କୁହାଯାଇଛି ଏବଂ ତାଙ୍କ ସ୍ଥାନରେ କିଏ ଆସିବ ନାମ ଦିଆଯାଇଛି । କୁକୁଡାଖଣ୍ଡି ତହସିଲଦାର ଛତ୍ରପୁର ଉଡାନକୁ ଯିବେ । ମୋହନା ତହସିଲଦାର ଆସିବେ ଏବଂ କୁକୁଡାଖଣ୍ଡି ବିଡିଓଙ୍କୁ ମାଲକାନଗିରି କିମ୍ବା କୋରାପୁଟ ବଦଳି ହେବ ତାଙ୍କ ବଦଳରେ ମୋହନା ବିଡିଓ ଆସିବେ । ତୁମ୍ଭେ ମାନେ ଧର୍ଯ୍ଯ ଧରି ରୁହ ନଚେତ୍ କୀଳା ନେବ ବୋଲି ବ୍ଲକ୍ ଅଧ୍ଯକ୍ଷଙ୍କୁ କହିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହି ଚର୍ଚ୍ଚା ସତ୍ୟ ହୋଇଥାଏ ତାହାହେଲେ କୁକୁଡାଖଣ୍ଡି ରାଜନୀତି ଏକ ଭିନ୍ନ ମୋଡ ନେଇ ପାରେ । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରାଜନୀତି ସରଗରମ ଥିବା ବେଳେ ବାଚସ୍ପତି ଓ ବ୍ଲକ୍ ଅଧ୍ଯକ୍ଷ ବାର୍ତ୍ତାଳାପ ସଂପର୍କରେ ବାହାରେ ଆଲୋଚନା ହେବା ନେଇ ବିବାଦ ଉଠିପାରେ । ବାଚସ୍ପତି ବ୍ଲକ୍ ଅଧ୍ଯକ୍ଷ ବାର୍ତ୍ତାଳାପ କେତେ ଦୂର ସତ୍ୟ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଅନୁସନ୍ଧାନ ସାପେକ୍ଷ । କୁକୁଡାଖଣ୍ଡି ତହସିଲଦାରଙ୍କୁ ବଦଳି ନୁହେଁ ପଦୋନ୍ନତି ହୋଇଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.