ପୂର୍ବତନ ବିଜେଡି ବ୍ଲକ ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ।

0 474

କୁକୁଡାଖଣ୍ଡି,୧୦/୦୫,କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମରେ ପୂର୍ବରୁ ବହୁ ହତ୍ୟା କାଣ୍ଡ ହେବାପରେ ଏହା ଅଶାନ୍ତ ସହ  ଚର୍ଚ୍ଚାରେ ରହୁଥିବାବେଳେ ପୁଣି ଗତ ଶନିବାର ରାତ୍ର ରେ ପ୍ରାୟ ୭ ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କୁ ସେହି ଗ୍ରାମର ବଶିଷ୍ଠ ଜେନା, ବାବୁଲା ଜେନା, ଟୁନା ସେଠି, ଟୁଲୁ ଜେନା, ପ୍ରଭାକର ଜେନା, ଭିକାରି ଜେନା, ଉକ୍ତ ଦୃବୁତ ମାନେ କାତି,  ଲୁହାଛଡ଼ ଓ ଟାଙ୍ଗିଆ ରେ ମରଣତକ ଆକ୍ରମଣ କରିଥିବା ସଦର ଥାନାରେ ଅଭିଯୋଗ ହୋଇଛି l ପ୍ରାୟ ଚାରି ବର୍ଷ ପୂର୍ବେ ୨୦୧୫ ମସିହାରେ ପୂର୍ଣ୍ଣ  ଜେନାଙ୍କୁ କୁକୁଡାଖଣ୍ଡି ବ୍ଲକରୁ ଗ୍ରାମକୁ ଫେରିଲାବେଳେ ARSS ନିକଟରେ ଏହି ଦୃବୁତ ମାନେ ଆକ୍ରମଣ କରିଥିଲା ପରେ ଜମାନତରେ  ଆସି ୨୦୧୭ ମସିହା ରେ ଆସି ପୂର୍ଣ୍ଣ ଜେନାର ମଝିଆ ଭାଇ ଅଶୋକ ଜେନାଙ୍କୁ ମର୍ଡର କରି ବର୍ତ୍ତମାନ ଜମାନତ ରେ ଅଛନ୍ତି ଏବଂ ପୁଣି ସେମାନେ ପୂର୍ଣ୍ଣଙ୍କୁ ଆକ୍ରମଣ କରିଥିବାରୁ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି l ଗ୍ରାମରେ ଚାପା ଉତ୍ତେଜନା ହେତୁ ପୁଲିସ ମୁତୟନ ଅଛନ୍ତି । କେସ୍ ନମ୍ବର ୧୩୧/୨୦୨୦ ରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଛି ।

Leave A Reply

Your email address will not be published.