ଭଞ୍ଜନଗର ଅବକାରୀ ବିଭାଗର ବଡ଼ ସଫଳତା ।

0 0

ଭଞ୍ଜନଗର, ୨୧/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ୧୨କ୍ୱିଣ୍ଟାଲ ଗଞ୍ଜେଇ ଧରି ଏବେ ଚର୍ଚ୍ଚାରେ।ବିପୁଳ ପରିମାଣରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାରେ ଅବକାରୀ ବିଭାଗ ସଫଳ ହୋଇଛି । ଭଞ୍ଜନଗର ଠାରୁ କନ୍ଧମାଳ ରାସ୍ତାର ବୁଦୁଲି ମୁଖ୍ୟ ରାସ୍ତାରେ ଚୋରା ଚାଲାଣ ବେଳେ ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଭଞ୍ଜନଗର ଅବକାରୀ ଟିମ୍। ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ।ମିଳିଥିବା ସୂଚନା ମୁତାବକ ରବିବାର ରାତି ପ୍ରାୟ ୭ଟା ୫୦ ମିନିଟ ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ମୁଖ୍ୟ ରାସ୍ତାରେ ଏକ ଗଞ୍ଜେଇ ଚୋରା ଚାଲାଣ ନେଇ ଅବକାରୀ ଦଳ ଚଢ଼ାଉ କରିଥିଲା । ଏହି ସମୟରେ ଦୁଇଟି ଗାଡ଼ି (OR-05-AV-0091 ଏବଂ OD-05-AX-7507) ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ଟିମ୍ ଏହାକୁ ଧରିବାରେ ସଫଳ ହୋଇଥିଲା ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶେଖର ଖଟୁଆ, ମାନସ ନାୟକ ଏବଂ ମନୋରଞ୍ଜନ ନାୟକ । ଅବକାରୀ ବିଭାଗ ପକ୍ଷରୁ ଏକ ଏଣ୍ଡିପିଏସ ମାମଲା ୮୧/୨୬ ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଏଣ୍ଡିପିଏସ ଆକ୍ଟ ଧାରା 20(b)(ii)(C)ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା କାରବାର ପଛରେ ଆଉ କାହାର ହାତ ରହିଛି, ସେ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଚଳାଇ ଥିବା ଅବକାରୀ ବିଭାଗ ଅଧିକାରୀ ବିଭୁ ପ୍ରସାଦ ସାହୁ କହିଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.