ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ।

0 232

ବ୍ରହ୍ମପୁର,ତା.୧୨/୦୭,ସ୍ଥାନୀୟ ସାନ ବଜାର ଛକ ସନ୍ନିକଟ ଜଂଘମବାରି ସାହି ଠାରେ କୋଭିଡ୍ ନିୟମ ଅନୂପାଳନ ସହ ପଞ୍ଚମୁଖୀ ହନୁମାନ ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟକ୍ରମ ବୈଦିକ ରୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତାରା ପ୍ରସାଦ ସ୍ୱାଇଁ ଏବଂ ଲକ୍ଷ୍ମୀଧର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ନେଇଥିବା ବେଳେ ସାହି ବାସିନ୍ଦା ସହଯୋଗ କରିଥିଲେ । ବିଶ୍ଵ ଶାନ୍ତି ଘୃତ ଓ ନାମ ଯଜ୍ଞ ଶ୍ରଦ୍ଧାଳୁ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରୂପେ ବିବେଚିତ ହେଉଥିଲା । ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସର୍ବଶ୍ରୀ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଲକ୍ଷ୍ମୀ ନାରାୟଣ ସାମଲ, ସାହେବ ସାହୁ, ଭଗବାନ ସାମଲ, ବଳଦେବ ସାହୁ, କୁନା ରାଉତ, ନୀଳାମ୍ବର ସାହୁ, ନୀଳମାଧବ ଜେନା, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସଦସ୍ୟମାନଙ୍କ ଦ୍ଵାରା ଜଗତ କଲ୍ୟାଣ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଅନୁଷ୍ଠିତ ଅନ୍ନ ଯଜ୍ଞରେ ଅଞ୍ଚଳବାସୀ ତଥା ବିଭିନ୍ନ ଅଂଚଳରୁ ସମଗତ ଶ୍ରଦ୍ଧାଳୁ ମାନେ ଅନ୍ନ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.