ଜିରାଇଲୋ ପଞ୍ଚାୟତ ଭିଟାମାଟି ସୁରକ୍ଷା ସମିତି ପକ୍ଷରୁ ପ୍ରତିବାଦ ବିକ୍ଷୋଭ ।

0 204

ଏରସମା,(ପିପିଟି ନ୍ଯୁଜ୍) ୨୫/୦୫,ରବିବାର ଦିନ ଅପରାହ୍ନ ୪ଟା ସମୟରେ ପ୍ରସ୍ତାବିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କେନ୍ଦ୍ରକୁ ବିରୋଧ କରି ଜିରାଇଲୋ ପଞ୍ଚାୟତ ଭିଟାମାଟି ସୁରକ୍ଷା ସମିତି ପକ୍ଷରୁ ସଭାପତି ଅଭିଜିତ ସାହୁ ଓ ସମ୍ପାଦକ ପ୍ରଶାନ୍ତ ରାଉତଙ୍କ ନେତୃତ୍ୱରେ ନାଉବେଲାରୀ ଛକରୁ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଏକ ଶୋଭାଯାତ୍ରା ପ୍ରସ୍ତାବିତ ଚିଙ୍ଗୁଡ଼ି କମ୍ପାନୀ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଉଲ୍ଲେଖଯୋଗ୍ୟ ତାଲାବନ୍ଦ ପୂର୍ବରୁ ଉକ୍ତ ପ୍ରକଳ୍ପକୁ ବିରୋଧ କରି ପଞ୍ଚାୟତର ଲୋକମାନେ ୫୪ଦିନ ଧରି ଲଗାତାର ଧାରଣାରେ ବସିଥିଲେ ଫଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । କରୋନା ତାଲାବନ୍ଦ ଯୋଗୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା କିନ୍ତୁ ଗତକାଲି ସମ୍ପୃକ୍ତ ଠିକାଦାର ଉକ୍ତ ପ୍ରସ୍ତାବିତ ଜାଗାକୁ ଆସିବା ଫଳରେ କମ୍ପାନୀ କାମ ପୁନର୍ବାର ଆରମ୍ଭ ହେବାର ଯୋଜନା ବିରୁଦ୍ଧରେ ଆଜି ପ୍ରତୀକାତ୍ମକ ବିକ୍ଷୋଭ କରାଯାଇଛି ବୋଲି ମଞ୍ଚର ସଭାପତି ଅଭିଜିତ ସାହୁ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କମଧ୍ୟରେ ଜଟାଧାରୀ ସ୍ୱାଇଁ, ବିଷ୍ଣୁ ସ୍ୱାଇଁ, ବିଶ୍ୱଜିତ ସାହୁ, ରବୀନ୍ଦ୍ର ପାଇଟାଳ ପ୍ରମୁଖ ଯୋଗଦେଇ କୌଣସି ଅବସ୍ଥାରେ ଉକ୍ତ ଜାଗାରେ ଚିଙ୍ଗୁଡ଼ି କମ୍ପାନୀ କରିବାକୁ ଦିଆଯିବନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.