ଚାତକ ପକ୍ଷୀ ଭଳି ଟୋପାଏ ପାଣି ପାଇଁ ଅନାଇ ବସିଛି ମଣିଷ ।

0 210

ପଦ୍ମପୁର,(ପିପିଟି)୧୨/୦୫, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍କକ ଅଧିନରେ ବୁକୁରାମୁଣ୍ଡା ଗ୍ରା.ପ ରେ ଉତ୍କଟ ପାନୀୟ ଜଳ ର ଅବ୍ୟବସ୍ଥା ଦେଖାଦେଇଛି ।ବୁକୁରାମୁଣ୍ଡା,ଲହଙ୍ଗୀର,କୁର୍ରିଚୁଆଁ,ପଲସାନୀ ଓ ମହୁଲପାଲି ଗ୍ରାମ କୁ ନେଇ ଗଠିତ ଏହି ଗ୍ରାମପଂଚାୟତ ରେ ଟୋପାଏ ପିଇବା ପାଣିର ସୁ ବ୍ୟବସ୍ଥା ଗ୍ରାମ୍ୟ ପାଇପ ଯୋଗାଣ ପ୍ରକଳ୍ପ ପାଇକମାଲ(ବରଗଡ ଅଧିନରେ) ଅଦ୍ୟାବଧି ଆନ୍ତରିତା ଦେଖାଇ ନାହାନ୍ତି କହିଲେ ଚଳୋ କୌଣସି ଗ୍ରାମରେ ଓଭରଟେଙ୍କ ନାହିଁ କି ସୋଲାର ଜରିଆରେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇନିା ୪ଟି ୱାର୍ଡକୁ ନେଇ ଗଠିତ ବୁକୁରାମୁଣ୍ଡା ଗ୍ରାମ ରେ ବିଜୁଳି ବିଭାଗ ର ଲୁଚକାଳି ଖେଳ ସାଙ୍ଗକୁ ଜଳ ଯୋଗାଣ ବିଭାଗ ସଦାସର୍ବଦା ଦାଉ ସାଜିବାରେ ଲାଗିଛନ୍ତି । ଉକ୍ତ ଗ୍ରାମର ଲୋକ ସଂଖ୍ୟା ହାରାହାରି ୨୨ଶହ ରୁ୨୩ ମଧ୍ୟରୋ ଜଳ ସଂକଟ ଦୂର କରିବାକୁ ହେଲେ ଓଭରଟ୍ୟାଙ୍କ୍ ଅତ୍ୟନ୍ତ ଜରୁରୀ ହୋଇ ଗଲାଣି । କାରଣ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏଇଗାଁ ରେ ପାଇପ ବିଛାଇ ଗଭୀର ଟିୱେଲ୍ ରେ ଓ୍ୱାଟର ପମ୍ପ ଜରିଆରେ ପାନୀୟଜଳ ର ବ୍ୟବସ୍ଥା କରିଥିଲେ ସତ କିନ୍ତୁ ପାଣି ଗାଁ ଭିତରକୁ ପାଇପ ମାଧ୍ୟମ ରେ ଯାଇପାରୁନାହିଁ ଲୋକେ ବହୁ ହଇରାଣ ର ସମ୍ମୁଖିନ ହେଉଛନ୍ତି । ଏପଟେ ୱାଟର ସପ୍ଲାଇ ପାଣି ପମ୍ପଟି ସଦାବେଳେ ଖରାପ ହେବା ଫଳରେ ଫିଟର ମାଲେମାଲ ହେବାରେ ଲାଗିଥିବାବେଳେ ଲୋକେ କଲବଲ ହୋଇ ଚାତକପକ୍ଷୀ ଅନାଇଲାଭଳି ଟୋପାଏ ପିଇବା ପାଣିକୁ ଅପେକ୍ଷା କରି ଅନାଇ ବସିଛନ୍ତିା ଆଜକୁ ଦିର୍ଘ ୪ ଦିନ ଧରି ପମ୍ପଟି ଖରାପ ହେବା ଫଳ ରେ ଲୋକେ ପାଣି ପାଇଁ ତ୍ରାହିତ୍ରାହି ଡାକ ଛାଡିଲେଣି ।ଏଣୁ ପାଇକମାଲ ଗ୍ରାମ୍ୟ ପରିମଳ ବିଭାଗ ଦୟାକରି ଏ ପ୍ରତି ଦୃଷ୍ଟି ଦେଇ ଜନସାଧାରଣଙ୍କ ସମସ୍ୟାକୁ  ଯଥାର୍ଥତା ମନେ କରି ଆଶୁ ସମାଧାନ କରିବାକୁ ବୁଦ୍ଧିଜିବୀ ମହଳ ଦାବି ହେଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.