ମାଲକାନଗିରି,୧୧/୧୨(ପିପିଟି): ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ମାଲକାନଗିରି ଜିଲ୍ଲା ଶାଖା ଆନୁକୂଲ୍ଯରେ ଏକ ସାମ୍ବାଦିକ ସମ୍ମିଳନୀ ମାଲକାନଗିରି ସଦର ମହକୁମା ସ୍ଥିତ ହୋଟେଲ ଇନ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ହରି ନାୟକ କହିଲେ ଯେ ଆଗାମୀ ୧୩ ତାରିଖରେ ଓଡିଶାର ସମସ୍ତ ଗାଁ ସାଥୀମାନେ ଏକତ୍ରିତ ହୋଇ ବିଧାନ ସଭା ଘେରାଉ କରାଯିବାର କାର୍ଯ୍ଯକ୍ରମ ରହିଛି । ଆଗାମୀ ୧୪ ତାରିଖରେ ଭୁବନେଶ୍ବର ଠାରେ ମହା ସମାବେଶରେ ଅନୁଷ୍ଠିତ ହେବ,ସମସ୍ତ ଗାଁ ସାଥୀମାନେ ଯୋଗ ଦେଇ ଗାଁ ସାଥୀମାନଙ୍କର ଦୀର୍ଘ ଦିନର ଦାବି ଉପରେ ସମୀକ୍ଷା କରାଯିବା ସହ ରାଜ୍ଯ ସରକାରଙ୍କ ଉପରେ ଦାବି ପୂରଣ ଲାଗି ଚାପ ପ୍ରୟୋଗ କରାଯିବ । ମୁଖ୍ଯତଃ ପଞ୍ଚାୟତ ରାଜ ବିଭାଗର ସ୍ଥାୟୀ ନିଯୁକ୍ତି ଏବଂ ମାସିକ ୮ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରୋତ୍ସାହନ ରାଶି ପ୍ରଦାନ ଗାଁ ସାଥୀମାନଙ୍କୁ ପ୍ରଦାନ ଲାଗି ଦାବି ଉପସ୍ଥାପନ କରାଯିବ । ଏହି କାର୍ଯ୍ଯକ୍ରମରେ ସଂଘର ଉପ ସଭାପତି ରାମ ମାଡକାମୀ,ସଂପାଦକ କର୍ଣ୍ଣ ଦୁରୁଆ, ସହ ସଂପାଦିକା କମଳା କୋପେ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post