କୋଦଳା ଏନ୍ଏସିର ବିକାଶ ପାଇଁ ବିଧାୟିକାଙ୍କ କାର୍ଯ୍ୟାଦେଶ ବଣ୍ଟନ ।

0 333

କୋଦଳା,୧୭/୦୮(ପିପିଟି);ସୋମବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ତହସିଲଦାର ପ୍ରଭାତ କୁମାର ପରିଡା , ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ , ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି , କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରାଙ୍କ ଉପସ୍ଥିତିରେ କୋଦଳାର ବିକାଶ ଓ ପ୍ରଗତି ଉଦ୍ଦେଶ୍ୟ ରେ ବିଭିନ୍ନ ୱାର୍ଡ ତଥା ସର୍ବସାଧାରଣ ସ୍ଥାନ ମାନଙ୍କର ୪୮ ଗୋଟି ନୂତନ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଠିକାଦାର ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିବା ଜଣାପଡ଼ିଛି । କାର୍ଯ୍ୟ ଗୁଡିକ ମଧ୍ୟରେ ପେଭର ରୋଡ , ପୋଖରୀ ପୁନରୁଦ୍ଧାର ,ଶୟନାଗାର ନିର୍ମାଣ , ଯାତ୍ରୀ ନିବାସ ନିର୍ମାଣ , ଡ୍ରେନେଜ ନିର୍ମାଣ , ଶିଶୁ ଉଦ୍ୟାନ ଭଳି ବିକାଶ ମୂଳକ କାର୍ଯ ରହିଛି । ତତ୍ ସହିତ ବିଧାୟିକାଙ୍କ ହାତ ପାଣ୍ଠିରୁ କୋଦଳାର ସମସ୍ତ ଛକ ମାନଙ୍କରେ ସିସି ଟିଭି କେମେରା ଲଗାଜିବାକୁ ସ୍ଥିର ହୋଇଥିବା ବେଳେ କୋଦଳାର ଆରାଧ୍ୟ ଦେବତା ବାବା ଦଣ୍ଡିଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ରୋଷେଇ ଶାଳର ଉନ୍ନତି କରଣ କରାଯିବ ବୋଲି ଜଣାପଡ଼ିଛି । କାର୍ଯ୍ୟାଦେଶ ବଣ୍ଟନ ସମୟରେ ନିମ୍ନ ମାନର କାର୍ଯ୍ୟନ କରିବା ସହିତ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କାର୍ଯ୍ଯ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ ।କୋଦଳାର ପ୍ରଗତି ଓ ବିକାଶ ଆଡକୁ ଆଗେଇ ନେବା ପାଇଁ କୋଦଳାର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ କୋଦଳା ଥାନା ସବ ଇନିସପେକ୍ଟର ଅନିଲ କୁମାର ସାହୁ ଓ ସହକର୍ମୀଙ୍କ ସହିତ ଏନ୍ଏସି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.